Thursday, March 28, 2024

Top 5 This Week

Related Posts

ରଥଯାତ୍ରା ସମୟରେ ପରିମଳ ଅବ୍ୟବସ୍ଥା ଘେରରେ ରାୟଗଡ଼ା ସହର

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୦୭/୦୭) : ରଥଯାତ୍ରା ସମୟରେ ପରିମଳ ଅବ୍ୟବସ୍ଥା ଘେରରେ ରାୟଗଡ଼ା ସହର ସମ୍ପୂର୍ଣ୍ଣ ରୂପେ କରୋନା ଭୁତାଣୁ ମୁକ୍ତ ହୋଇ ନାହିଁ ବିଶ୍ୱ l ତଥାପି ସାମାନ୍ୟ ଆସ୍ୱସ୍ଥ ମିଳିଥିବା ହେତୁ ସ୍ୱାସ୍ଥ୍ୟକର ପରିବେଶ ତଥା ପରିମଳ ବ୍ୟବସ୍ଥା ଭିତରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଅନୁମତି ମିଳିଛି l

କିନ୍ତୁ ରାୟଗଡ଼ା ସହରରେ ସରକାରଙ୍କ ଏହି ନିର୍ଦ୍ଦେଶରେ ବ୍ୟତିକ୍ରମ ଦେଖିବାକୁ ମିଳୁଛି l ରଥଯାତ୍ରାରେ ଜନ ଗହଳିକୁ ଦୃଷ୍ଟିରେ ରଖି ପୌର ପାଳିକା ପରିମଳ ସମ୍ୱନ୍ଧୀୟ ଅତ୍ୟାବଶ୍ୟକୀୟ ଜରୁରୀ କାଳୀନ ପଦକ୍ଷେପକୁ ଅଣଦେଖା କରିଛି l ରଥଯାତ୍ରା ସମୟରେ ପୌର ପାଳିକା ତରଫରୁ ସ୍ଥାନୀୟ ବଡଦାଣ୍ଡରୁ ସାରଳା ଛକ ଯାଏଁ ଅସ୍ଥାୟୀଗୃହ ନିର୍ମାଣ କରାଯାଇ ଉଠା ଦୋକାନୀଙ୍କୁ ଦିଆଯାଇଥାଏ l ଓଡ଼ିଶା ତଥା ଓଡିଶା ବାହାରୁ ମଧ୍ୟ ଦୋକାନୀ ବ୍ୟବସାୟ ପାଇଁ ଆସିଥାନ୍ତି l

ଦୋକାନ ପିଛା ୧୫୦୦ ରୁ ୨୫୦୦ ପର୍ଯ୍ୟନ୍ତ ଭଡା ରାଶି ଆଦାୟ କରାଯାଇଥାଏ l କିନ୍ତୁ ବିଡମ୍ବନା ର ବିଷୟ ରାୟଗଡ଼ା ପୌର ପାଳିକା ଏହି ଉଠା ଦୋକାନୀ ଙ୍କ ଅତ୍ୟାବଶ୍ୟକ ଜରୁରୀକାଳୀନ ଅସ୍ଥାୟୀ ଶୌଚାଳୟ ପାଇଁ ପଦକ୍ଷେପ ନେବା ଭୁଲି ଯାଇଛି l ଯାହାକି ରଥଯାତ୍ରା ତା ସାଙ୍ଗକୁ ବର୍ଷା ସମୟରେ ରାୟଗଡ଼ା ରାସ୍ତାଘାଟ ପରିମଳ ଉପରେ ତୀବ୍ର କୁଠାରଘାତ କରୁଛି l

ଉଠା ବ୍ୟବସାୟୀ ଅନ୍ୟୂପାୟ ଜରୁରୀ ସମୟରେ ଜିଲ୍ଲା କୋର୍ଟ ପରିସରରେ, ଟ୍ୟାକ୍ସି ଷ୍ଟାଣ୍ଡ, ଅଣ୍ଡର ଗ୍ରାଉଣ୍ଡ ରାସ୍ତା ତଥା ରାସ୍ତାକଡ଼ରେ ମଳମୂତ୍ର ପରିତ୍ୟାଗ କରି ଦେଉଛନ୍ତି l ପରବର୍ତ୍ତୀ ସମୟରେ ଏହା ଦୁର୍ଗନ୍ଧ ପୂର୍ଣ୍ଣ ବାତାବରଣ ସୃଷ୍ଟି କରିଛି l ପ୍ରଶାସନ ର ଏହିଭଳି ଖାମଖିଆଲି କାର୍ଯ୍ୟକଳାପରେ ଉଠା ଦୋକାନୀ ସମାଲୋଚନା କରୁଥିବା ଶୁଣିବାକୁ ମିଳୁଛି l

ସେମାନେ ନିଜ ପରିଚୟ ଗୁପ୍ତରଖି ଗଣମାଧ୍ୟମ ସମ୍ମୁଖରେ ଅଭିଯୋଗ କରିଛନ୍ତି l ତେବେ ପ୍ରଶ୍ନ ଉଠେ ଯଦି ପୌର ପାଳିକା ପ୍ରତ୍ୟେକଙ୍କ ଠାରୁ ଏତେ ପରିମାଣରେ ଅର୍ଥ ଆଦାୟ କରୁଛି ତା’ହେଲେ ସେହି ଅର୍ଥ ରାଶି କେଉଁ ବାବଦରେ ଖର୍ଚ୍ଚ କରାଯାଉଛି ଏବଂ ଏମାନଙ୍କ ପାଇଁ କି ପ୍ରକାର ସୁବ୍ୟବସ୍ଥା ଗ୍ରହଣ କରାଯାଇଛି ?

Popular Articles