Thursday, March 28, 2024

Top 5 This Week

Related Posts

ପଣ୍ଡିତ ଶ୍ୟାମା ପ୍ରସାଦ ମୁଖାର୍ଜୀ ଙ୍କ ଜନ୍ମତିଥିରେ ରକ୍ତ ଦାନ ଶିବିର ଅନୁଷ୍ଠିତ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୬/୭) : ପଣ୍ଡିତ ଶ୍ୟାମା ପ୍ରସାଦ ମୁଖାର୍ଜୀ ଙ୍କ ଜନ୍ମତିଥି ଉପଲକ୍ଷେ ସୁବର୍ଣ୍ଣପୁର ଜିଲ୍ଲା ର ସଦର ମହକୁମା ମୁଖ୍ୟ ଚିକିତ୍ସାଳୟରେ ଥିବା ରକ୍ତ ଭଣ୍ଡାର ଠାରେ ନେହେରୁ ଯୁବ କେନ୍ଦ୍ର ସୁବର୍ଣ୍ଣପୁର ର ପ୍ରତକ୍ଷ୍ୟ ତତ୍ତ୍ୱାବଧାନରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି ।WhatsApp Image 2022 07 06 at 6.27.38 PM ପଣ୍ଡିତ ଶ୍ୟାମା ପ୍ରସାଦ ମୁଖାର୍ଜୀ ଙ୍କ ଜନ୍ମତିଥିରେ ରକ୍ତ ଦାନ ଶିବିର ଅନୁଷ୍ଠିତ

ବୀର ସୁରେନ୍ଦ୍ର ସାଏ ମାଟୁପାଲି ର ସହୟୋଗରେ ଆଜି ସୁବର୍ଣ୍ଣପୁର ଜିଲ୍ଲା ର ସଂସ୍କାର ଭାରତୀ ପଶ୍ଚିମ ପ୍ରାନ୍ତ ର ମହାମନ୍ତ୍ରୀ ଗଦାଧର ବାରିକ ଓ ସମ୍ମାନିତ ଅତିଥି ଭାବରେ ରକ୍ତ କେନ୍ଦ୍ର ର ମୁଖ୍ୟ ଅଧିକାରୀ ଡାକ୍ତର ଦୂର୍ଗା ଦତ୍ତ ଦାଶ ଫିତା କାଟି ଉଦଘାଟନ କରି ପଣ୍ଡିତ ଶ୍ୟାମା ପ୍ରସାଦ ମୁଖାର୍ଜୀ ଙ୍କ ସୃତି ଚାରଣ କରିଥିଲେ ।

ନେହେରୁ ଯୁବ କେନ୍ଦ୍ର ର ରାଷ୍ଟ୍ରୀୟ ଯୁବ ସମାଜସେବୀ ହୃଷିକେଶ ଦେହୁରୀ, ଧବେଲଶ୍ୱର ଭୁକ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ । ଶାନ୍ତନୁ ମେଣ୍ଡିଲି, ବିଶ୍ଵନାଥ କର୍ମୀ, ସମାଜ ସେବୀ ଶମ୍ଭୁ ରାଜ କର୍ଣ୍ଣ, ସିଦ୍ଧାନ୍ତ ମାଝୀ, ରାକେଶ ମହଲା ପ୍ରମୁଖ ଉପସ୍ଥିତ ରହି ରକ୍ତଦାତା ଙ୍କୁ ଉତ୍ସାହିତ କରିଥିଲେ । ଜିଲ୍ଲା ରକ୍ତଦାତା ସେବା ସଂଘ ସଭାପତି ମନୋଜ ପଣ୍ଡା, ଟେକ୍ନିସିଆନ ଜଗତ ଦରୁଆନ, ସୁବାସ ପଣ୍ଡା, ଯୁଧିଷ୍ଠିର ନାଏକ ପ୍ରମୁଖ ରକ୍ତ ଦାନ ଶିବିରରେ ରକ୍ତ ସଂଗ୍ରହ କରିଥିଲେ ।

Popular Articles