Friday, March 29, 2024

Top 5 This Week

Related Posts

ବନ ମହୋତ୍ସବ ଉପଲକ୍ଷେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ରାୟଗଡ଼ା/ଚନ୍ଦ୍ରପୁର, ତା (୬/୭) : ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ଅନ୍ତର୍ଗତ ବୁଡ଼ୁବାଲି ଗ୍ରାମ ପଞ୍ଚାୟତରେ ଡୋଡଗରଜି ଗ୍ରାମ ଆମଲିମା ପ୍ରସ୍ତାବିତ ସଂରକ୍ଷଣ ଜଙ୍ଗଲ ଅଞ୍ଚଳରେ ୭୩ ତମ ବନ ମହୋତ୍ସବ ପାଳନ ଅବସରରେ ଆଜି ଷଷ୍ଠ ଦିବସରେ ବନ ବିଭାଗ ଅମ୍ବଦଳା ସେକସନ ତରଫରୁ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ବୁଡୁବାଲି ଜଙ୍ଗଲ ସୁରକ୍ଷା କମିଟି ର ସହଯୋଗ କ୍ରମେ ସବୁଜ ମହାନଦୀ ମିଶନ ଯୋଜନାରେ ଚଳିତ ବର୍ଷ ଉପରୋକ୍ତ ଅଞ୍ଚଳରେ ଆଠ ହଜାର ଚାରା ରୋପଣ କରାଯିବ ବୋଲି ବନପାଳ ଶ୍ରୀଯୁକ୍ତ ଗୈାତମ ପଣ୍ଡା ପ୍ରକାଶ କରିଛନ୍ତି । ବନ ମହୋତ୍ସବ ଉପଲକ୍ଷେ ସ୍ଥାନୀୟ ସରପଞ୍ଚ ଭୀମ ଗଗେରଙ୍ଗା, ଅଵେକଣିକା ଜିଲ୍ଲା ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଗୈାରାଙ୍ଗ ଚରଣ ରାଉତ, ବନ୍ୟ କର୍ମଚାରୀ ଏବଂ ସ୍ଥାନୀୟ ଗ୍ରାମବାସୀଙ୍କ ଉପସ୍ଥିତିରେ ଚାରା ରୋପଣ କରାଯାଇଥିଲା ।

ସେହିପରି କଲ୍ୟାଣ ବିଭାଗ ପରିଚାଳିତ ଚନ୍ଦ୍ରପୁର ସରକାରୀ ହାଇସ୍କୁଲ ପରିସରରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜର୍ଜ ଡୁଙ୍ଗଡୁଙ୍ଗ, ମଙ୍ଗଳ ସଂପ୍ରସାରଣ ଅଧିକାରୀ ତଲୱ।ର ଜେନା, ବନ ବିଭାଗ କର୍ମଚାରୀ ବୃନ୍ଦଙ୍କ ଉପସ୍ଥିତିରେ ବୃକ୍ଷ ରୋପଣ କରାଯାଇଥିଲା । ଅତିଥି ମାନେ ଛାତ୍ରଛାତ୍ରୀ ମାନଙ୍କୁ ବୃକ୍ଷ ରୋପଣ ର ମହତ୍ତ୍ୱ ଏବଂ ପରିବେଶ ସୁରକ୍ଷାରେ ବୃକ୍ଷ ର ଭୂମିକା ସମ୍ପର୍କରେ ଅବଗତ କରାଇଥିଲେ ।

ପ୍ରଧାନ ଶିକ୍ଷକ ଭାସ୍କର ଗମାଙ୍ଗ, ସହକାରୀ ଶିକ୍ଷକ ପ୍ରଦୀପ ଚୌଧୁରୀ ଙ୍କ ନେତୃତ୍ୱରେ ପରିଚାଳିତ ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ସହକାରୀ ଶିକ୍ଷକ ସହଯୋଗ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପ୍ରକୃତି ବନ୍ଧୁ ଵିଜୟ ଉଲ୍ଲାକା, ସହଭାଗୀ ସଙ୍ଗଠନ ର ବିଘ୍ନରାଜ ମିଶ୍ର ଓ ବନ
କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Popular Articles