ପ୍ରଶାସନ ଏବଂ ଅବକାରୀ ବିଭାଗର ମିଳିତ ଆନୁକୁଲ୍ୟରେ ଆନ୍ତର୍ଜାତିକ ନିଶାଦ୍ରବ୍ୟ ସେବନ କାରବାର ଓ ଅବୈଧ ଚାଳାଣ ନିରୋଧ ଦିବସ ପାଳିତ

ରିପୋର୍ଟ: ଜ଼ିଲ୍ଲା ପ୍ରତିନିଧି ଅମୁଲ୍ୟ ନିଶଙ୍କ
ରାୟଗଡା(୨୬/୦୬ ): ନିଶାଦ୍ରବ୍ୟ ସେବନ ଯୋଗୁଁ ସମାଜରେ ବିଶୃଙ୍ଖଳା ସୃଷ୍ଟି ହେଉଛି । ଏହାର କୁ-ପ୍ରଭାବ ପରିବାର ଉପରେ ପଡୁଛି । ନିଶାଦ୍ରବ୍ୟ ଠାରୁ ଆଜିର ଯୁବ ଗୋଷ୍ଠୀ  ଦୂରେଇ ରହିବା ଉଚିତ ବୋଲି  ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ସ୍ଥାନୀୟ ସଂସ୍କୃତି ଭବନ ଆୟୋଜିତ କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ନିଜ ମତବ୍ୟକ୍ତ କରିଛନ୍ତି |

ରାୟଗଡା  ଜିଲ୍ଲା ପ୍ରଶାସନ ଏବଂ ଅବକାରୀ ବିଭାଗର ମିଳିତ ଆନୁକୁଲ୍ୟରେ ଆନ୍ତର୍ଜାତିକ ନିଶାଦ୍ରବ୍ୟ ସେବନ କାରବାର ଓ ଅବୈଧ ଚାଳାଣ ନିରୋଧ ଦିବସ ପାଳନ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମ ଜିଲ୍ଲା ଅବକାରୀ ଅଧିକ୍ଷକ ଦଣ୍ଡପାଣି ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ଏହି ସାଧାରଣ ସଭାରେ ସମ୍ମାନୀୟ ଅତିଥି ଭାବେ ଉପ-ଜିଲ୍ଲପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ଆଇନଜୀବୀ  ବ୍ରଜ ସୁନ୍ଦର ନାୟକ, ଡଃ ଡି.ଏଲ.ଏନ ପୃଷ୍ଟି, ଡଃ ଲକ୍ଷ୍ମୀ ନାରାୟଣ ସାହୁ, ସମାଜସେବୀ ଜୟରାମ ଜେନା , ମୁଖ୍ୟବକ୍ତା ଭାବେ ଶିକ୍ଷାବିତ୍ ତଥା ନାଟ୍ୟକାର ନରେନ୍ଦ୍ର ମିଶ୍ର ପ୍ରମୁଖ ଯୋଗଦାନ କରି ନିଶାଦ୍ରବ୍ୟ ସେବନ କାରବାର ଓ ଅବୈଧ ଚାଲାଣ ଉପରେ ତଥା ନିଶାଦ୍ରବ୍ୟ ଯୋଗୁଁ ସମାଜିକ ବିଶୃଙ୍ଖଳାର କାରଣ ଓ ନିରାକାରଣ ଉପରେ ଆଲୋଚନା କରିଥିଲେ । ଅବକାରୀ ଅଧିକ୍ଷକ ଦଣ୍ଡପାଣି ବେହେରା ନିଶା ସେବନ ଠାରୁ ମୁଖ୍ୟତଃ ଯୁବ ଗୋଷ୍ଠୀ ଦୂରେଇ ରହିବା ପାଇଁ ପରାମର୍ଶ ଦେଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଅବକାରୀ ନିରିକ୍ଷକ ଦିଲ୍ଲୀପ କୁମାର ଗୌଡ ପ୍ରାରମ୍ଭିକ ଭାଷଣ ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ମଙ୍ଗଳ ଅଧିକାରୀ ନନ୍ଦଲାଲ ବିଶ୍ୱାଳ, ସାମାଜିକ ସୁରକ୍ଷା ଅଧିକାରୀ ଆଦିପତି କହଁର, ଜିଲ୍ଲା ସୂଚନା ଏବଂ ଲୋକସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଜିଲ୍ଲା କ୍ରୀଡା ଅଧିକାରୀ ଶେଖ୍ ଅଲିନୁର୍ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ସମାବେଶ ପୂର୍ବରୁ  ସ୍ଥାନୀୟ ଗଜପତି ଛକରୁ ଏକ ସଚେତନତା ଶୋଭାଯାତ୍ରା ବାହାରି ସହର ପରିକ୍ରମା ପରି ସଂସ୍କୃତି ଭବନ ଠାରେ ସମାବେଶ ହୋଇଥିଲେ । ଉପ-ଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ସବୁଜ ପତାକା ଦେଖାଇ ଏହି ସଚେତନତା ରାଲିକୁ ଉଦ୍ଘାଟନ କରିଥିଲେ । ଆୟୋଜିତ ରାଲିରେ ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟ, ମହିଳା ମହାବିଦ୍ୟାଳୟ, ଜିସିଡି ହାଇସ୍କୁଲ ଛାତ୍ର ଛାତ୍ରୀ ମାନେ ଯୋଗ ଦେଇଥିଲେ । ବିଭିନ୍ନ ପ୍ଲାକାର୍ଡ ମାଧ୍ୟମରେ ଆଜିର ଯୁବ ଗୋଷ୍ଠୀ କିପରି ନିଶା ଠାରୁ ଦୂରେଇ ରହିପାରିବେ ତାହା ନେଇ ପ୍ରଦର୍ଶନ କରିବା ସହ ସ୍ଲୋଗାନ ମାଧ୍ୟମରେ ସଚେତନ କରାଇଥିଲେ ।

Comments are closed.