Advertisements
Saturday, July 4, 2020
Home Business & Private ମାଓ ପ୍ରବଣ ମାଲକାନଗିରି ଜ଼ିଲ୍ଲାର ପଡିଆ ଅଂଚଳରେ ଗଂଜେଇ ଚୋରା ଚାଲାଣ, ୪ ଗିରଫ

ମାଓ ପ୍ରବଣ ମାଲକାନଗିରି ଜ଼ିଲ୍ଲାର ପଡିଆ ଅଂଚଳରେ ଗଂଜେଇ ଚୋରା ଚାଲାଣ, ୪ ଗିରଫ

ରିପୋର୍ଟ: ନୟମି ଖରା
ପଡିଆ,ମାଲକାନଗିରି(୨୭/୦୬): ମାଓ ପ୍ରବଣ ମାଲକାନଗିରି ଜ଼ିଲ୍ଲାର ଆନ୍ଧ୍ର ଛତିଶଗଡ଼ ସୀମାନ୍ତ ଅଂଚଳ ପଡିଆରୁ ଆନ୍ଧ୍ରକୁ ଗଂଜେଇ ଚୋରା ଚାଲାଣ ବେଳେ ପଡିଆ ପୋଲିସ ୪ ଜଣ ଯୁବକଙ୍କୁ ଧରିବାରେ ସମର୍ଥ ହୋଇଛି | କୌଣସି ସୂତ୍ରରୁ ଗଂଜେଇ ଆନ୍ଧ୍ରକୁ ଯିବା ଖବର ପାଇଁ ପଡିଆ ଆଇ ଆଇ ସି ଗୋପୀନାଥ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଏ ଏସ ଆଇ ଜୟଦାସ ଖରାଙ୍କ ନେତୃତ୍ୱରେ ଏକ ଟିମ ନେଇ ପଡିଆ ଥାନା ସମ୍ମୁଖରେ ମୋଟର ଗାଡି ଯାଞ୍ଚ ସମୟରେ କାଲିମେଳା ସାଇଡ ରୁ ଓ ଡି ୩୦ଏ ୭୯୯୭ ଏକ ଯାଇଲ ଗାଡି ଦୃତ ବେଗରେ ଯାଉଥିଲା ତାକୁ ଅଟକାଇ ଯାଞ୍ଚ ସମୟରେ ଗାଡି ରୁ ୧୨.୩୫୦ କେଜି ଗଂଜେଇ ଜବତ କରିବା ସହ ୪ ଜଣଙ୍କୁ ପୋଲିସ ଗିରଫ କରିଛି |

ଗିରଫ ଯୁବକ ମାନେ ହେଲେ ଏମ ପି ଭି୧୧ ଗ୍ରାମର ଦୀପକ ହାଲଦାର, ତୁଷାର ଦାସ ଓ ଏମ ପି ଭି ୧୯ଗ୍ରାମର ବିଦ୍ୟାଧର କୀର୍ତ୍ତିନିଆ, ମାଲକାନଗିରି ଚମ୍ପାଖରୀ ଅଂଚଳର ସୁଦର୍ଶନ ମହାରଣା ଜବତ ଗଂଜେଇ ହାଇଦ୍ରାବାଦକୁ ଚାଲାଣ କରିଥିବା କଥା ଗିରଫ ବ୍ୟକ୍ତି କହିଛନ୍ତି | ଜବତ ଗଂଜେଇର ଆନୁମାନିକ ମୂଲ୍ୟ ୫୦ହଜାର ଟଙ୍କା ହେବ | ପଡିଆ କେସ ନ ୩୮/୧୯ରେ ମାମଲା ରୁଜୁ କରି ଆସମୀଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ କହିଛି |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଜାମସେଠ ଠାରେ କରୋନା ଯୋଦ୍ଧା ଙ୍କୁ ସମ୍ବର୍ଦ୍ଧନା

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୩/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ଜାମ ସେଠ ହସପିଟାଲ ଠାରେ ଝାରବନ୍ଧ ଓ ଜାମ ସେଠ...

ଦୁଇ ଗୋଷ୍ଠୀ ମଧ୍ୟରେ ଜଙ୍ଗଲ ଜମି କୁ ନେଇ ବିବାଦ ହୋଇ ତହସିଲଦାର ଙ୍କୁ ଦାବୀ ପତ୍ର ପ୍ରଦାନ

ରିପୋର୍ଟ, ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୪/୭): ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ଅନ୍ତର୍ଗତ ପୂଜାରୀଗୁଡା ଗ୍ରାମ ପଞ୍ଚାୟତ ର କନ୍ଧ ପରିଦିଗୁଡା ଓ ସାନ...

ବିଦ୍ୟୁତ କାଟ ଯୋଗୁଁ ଗ୍ରାହକ ହନ୍ତସନ୍ତ

କର୍ଲାମୁଣ୍ଡା (୦୪ /୦୭): କର୍ଲାମୁଣ୍ଡା ବ୍ଲକ ସଦର ଠାରେ ୩୩ /୧୧ କେଭି ର ବିଦ୍ୟୁତ ଯୋଗାଣ କେନ୍ଦ୍ର ପ୍ରାୟ ୮ବର୍ଷ ତଳେ ନିର୍ମାଣ କରାଯାଇଥିଲା I ଗତ...

ଉତ୍କଳ ଆଲୁମିନା ଇନ୍ଟରନ୍ୟାସନାଲ ଲିମିଟେଡ଼ ର ସାମୁହିକ ସିଏସଆର କାର୍ଯ୍ୟକ୍ରମ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା /ଟିକିରି (୦୪/୦୭): ଅବିଭକ୍ତ କୋରାପୁଟ ଜିଲ୍ଲାର ଟିକିରି ଅଞ୍ଚଳ ଦିନେ ପରିତ୍ୟକ୍ତ ଅବସ୍ଥାରେ ପଡିରହିଥିଲା l କିନ୍ତୁ, ଉତ୍କଳ ଆଲୁମିନା ପ୍ରତିଷ୍ଠିତ...

Recent Comments

%d bloggers like this: