ବେନିୟମ ଭାବେ ବାଲି ଚାଲାଣ ବେଳେ ୩ଟି ଟ୍ରାକ୍ଟରରୁ ୭୫ ହଜାର ଟଙ୍କା ଜୋରିମାନା

0
176
ବେନିୟମ ଭାବେ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୫/୭) : ସୋନପୁର- ମନମୁଣ୍ଡା ବ୍ରିଜ ତଳ ତେଲ ନଦୀ ରୁ ୩ ଟି ଟ୍ରାକ୍ଟରରେ ବେନିୟମ ଭାବେ ବାଲି ଚାଲାଣ କରୁଥିବା ସମୟରେ ରାତ୍ରୀ କାଳୀନ ଚଢ଼ାଉ କରାଯାଇ ୭୫ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି l

ଉପଜିଲ୍ଲାପାଳ ସୋନପୁର ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ଙ୍କ ତତ୍ତ୍ୱାବଧାନରେ ତହସିଲଦାର ସୋନପୁର ନଵୀନ କିଶୋର ପାଢ଼ୀ, ଆର ଆଇ ସୁଧୀର ପାଣ୍ଡିଆ ପ୍ରମୁଖ ଚଢ଼ାଉ କରି ବେନିୟମ ଭାବେ ବାଲି ଚାଲାଣ ନିମନ୍ତେ ଟ୍ରାକ୍ଟର ପ୍ରତି ୨୫ ହଜାର ଟଙ୍କା ହିସାବରେ ୩ ଟି ଟ୍ରାକ୍ଟରରୁ ୭୫ ହଜାର ଟଙ୍କା ଜୋରିମାନା ଆଦାୟ କରିଛନ୍ତି l

ଏହି ଚଢ଼ାଉ ସମୟରେ ତହସିଲ କାର୍ଯ୍ୟାଳୟ ର ଅନ୍ୟାନ୍ୟ କର୍ମଚାରୀ ମଧ୍ୟ ସାମିଲ ରହିଥିବା ବେଳେ ଏହି ରାତ୍ରୀ କାଳୀନ ଚଢ଼ାଉ ଆଗକୁ ମଧ୍ୟ ଜାରି ରହିବ ବୋଲି ତହସିଲଦାର ଶ୍ରୀ ପାଢ଼ୀ ସୂଚନା ଦେଇଛନ୍ତି l