Advertisements
Thursday, July 16, 2020
Home Children Issue ସ୍କୁଲ ଯାଉନାହାନ୍ତି ପ୍ରଧାନ ଶିକ୍ଷୟିତ୍ରୀ

ସ୍କୁଲ ଯାଉନାହାନ୍ତି ପ୍ରଧାନ ଶିକ୍ଷୟିତ୍ରୀ

ରିପୋର୍ଟ: କପିଳେନ୍ଦ୍ରଦେବ ସାମନ୍ତରାୟ
ଲମତାପୁଟ(୨୬/୦୬): ବିଦ୍ୟାଳୟକୁ ପ୍ରଧାନ ଶିକ୍ଷୟିତ୍ରୀ ଆସୁନଥିବା ବିଇଓଙ୍କୁ ଜଣାଇଲେ ହନୁମାଳ ଗ୍ରାମବାସୀ । ଲମତାପୁଟ ବ୍ଲକ ହନୁମାଳ ଉଚ୍ଚପ୍ରାଥମିକ ବିଦ୍ୟାଳୟ ଓ ହଷ୍ଟେଲ ଦାୟିତ୍ଵରେ ଥିବା ପ୍ରଧାନ ଶିକ୍ଷୟିତ୍ରୀ ନିୟମିତ ଭାବେ ସ୍କୁଲ ଯାଉ ନାହାନ୍ତି ।

ଫଳରେ ପିଲାମାନଙ୍କ ପାଠପଢ଼ା ଓ ହଷ୍ଟେଲ ପରିଚାଳନାରେ ହେଉଛି ବ୍ୟାପକ ଅନିୟମିତତା । ଏହାକୁ ନେଇ ହନୁମାଳ ଗାଁ ଲୋକେ ଅସନ୍ତୋଷ ହେବା ସହ ବ୍ଲକ ଶିକ୍ଷା ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଗାଁ ଲୋକେ ଅଭିଯୋଗ କରିଛନ୍ତି ଯେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁବାସିନୀ ବେହେରା ଦିର୍ଘ ଦିନରୁ ଏଠାରେ ଦାୟିତ୍ୱରେ ଅଛନ୍ତି । ସେ ନିୟମିତ ବିଦ୍ୟାଳୟକୁ ଆସୁନାହାନ୍ତି ଓ ଠିକ୍ ଭାବରେ କାର୍ଯ୍ୟ ପରିଚାଳନା କରୁନାହାନ୍ତି ଫଳରେ ଛାତ୍ର ଛାତ୍ରୀ ପାଇଁ ରନ୍ଧା ହେଉଥିବା ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ ବ୍ୟାପକ ବାଟମାରଣା ହେଉଛି । ସରକାରଙ୍କ ଧାର୍ଯ୍ୟ ନିୟମ ଅନୁସାରେ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ମିଳୁନାହିଁ। ଅନେକ ସମୟରେ ସ୍କୁଲ ହଷ୍ଟେଲରେ ସେ ନିଜେ ନ ରହି ତାଙ୍କ ସ୍ବାମୀଙ୍କୁ ଶୋଇବାକୁ ପଠାଉଛନ୍ତି । ଏହାର ସୁଯୋଗରେ ମଧ୍ୟାହ୍ନ ଭୋଜନ ଚାଉଳ ବିକ୍ରୀ ହେଉଥିବା କଥା ଅଭିଯୋଗ ହୋଇଛି । ସେହିପରି ପିଲାମାନଙ୍କ ଅନୁପସ୍ଥିତିକୁ ଖାତାରେ ଉପସ୍ଥାପନ ଦର୍ଶାଇ ଚାଉଳକୁ ହେରଫେର ହେଉଛି । ଏହା ବ୍ୟତୀତ ପ୍ରଧାନ ଶିକ୍ଷୟିତ୍ରୀ ଜଣକ ଅଧିକାଂଶ ଦିନ ସ୍କୁଲକୁ ଆସୁନାହାନ୍ତି ଫଳରେ ପିଲାମାନଙ୍କ ପାଠପଢ଼ା ଭଲରେ ହୋଇପାରୁନାହିଁ । ସ୍କୁଲରୁ ଆବଶ୍ୟକୀୟ ଶିକ୍ଷା ନ ପାଇ ପିଲାମାନଙ୍କ ଭବିଷ୍ୟତ ଅନ୍ଧାରକୁ ଯାଉଥିବା ବେଳେ ଏହି ଅଭିଯୋଗକୁ ସୁଚାରୁରୂପେ ତଦନ୍ତ କରିବାକୁ ଗାଁ ଲୋକେ ଦାବି କରିଛନ୍ତି । ପ୍ରଧାନ ଶିକ୍ଷୟିତ୍ରୀ ପିଲାମାନଙ୍କ ଭବିଷ୍ୟତକୁ ନେଇ ଖେଳୁଥିବା କୁହାଯାଇଛି । ଏଭଳି ଶିକ୍ଷୟିତ୍ରୀଙ୍କୁ ଏଠାରୁ ହଟାଯାଇ ଜଣେ ଉତ୍ତମ ଶିକ୍ଷକଙ୍କୁ ନିଯୁକ୍ତି କରାଯାଉ ବୋଲି କହିଛନ୍ତି ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ସିବିଏସଇ ବୋର୍ଡ଼ର ପରୀକ୍ଷା ଫଳ ପ୍ରକାଶ-ଆଦିତ୍ୟ ବିର୍ଲା ପବ୍ଲିକ ସ୍କୁଲର ପରୀକ୍ଷାର୍ଥୀ ଶତପ୍ରତିଶତ କୃତକାର୍ଯ୍ୟ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୧୬/୦୭): ପ୍ରକାଶିତ ହୋଇଯାଇଛି ରାଜ୍ୟ ସ୍ତରୀୟ ସିବିଏସଇ ଦଶମ ବୋର୍ଡ ପରୀକ୍ଷା ଫଳ l ଏହାସହିତ ଟିକିରି ଥାନାସ୍ଥିତ ଦୋରାଗୁଡ଼ାରେ ଅବସ୍ଥିତ...

ଦଶମ ଶ୍ରେଣୀ ସିବିଏସଇ ବୋର୍ଡ଼ର ପରୀକ୍ଷା ଫଳ ପ୍ରକାଶ, ଥେରୁବାଲି ସ୍ଥିତ ଚିନ୍ମୟ ବିଦ୍ୟାଳୟର ରେକର୍ଡ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୧୬/୦୭): ପ୍ରକାଶିତ ହୋଇଯାଇଛି ଚାଳିତ ବର୍ଷର ଦଶମ ଶ୍ରେଣୀ ସିବିଏସଇ ବୋର୍ଡ଼ର ପରୀକ୍ଷା ଫଳ l ରାୟଗଡା ଜିଲ୍ଲା ଅନ୍ତର୍ଗତ ଥେରୁବାଲି...

ବୁର୍ଲା ଭିମସାର ରେ ୪ କରୋନା ଯୋଦ୍ଧା କରୋନା ରେ ଆକ୍ରାନ୍ତ

ସମ୍ବଲପୁର (ଓଡିଶା ନ୍ୟୁଜ୨୪ବ୍ୟୁରୋ-୧୬/୦୭): ବୁର୍ଲା ଭୀମସାର ୪ କରୋନା ଯୋଦ୍ଧା ଏବେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସମସ୍ତ ୪ ଆକ୍ରାନ୍ତଙ୍କୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ୪ କରୋନା...

କଳାହାଣ୍ଡିରେ ପୁଣି ଦୁଇ କରୋନା ପଜିଟିଭ, ଜିଲ୍ଲାପାଳଙ୍କ ସ୍ୱତନ୍ତ୍ର ପଦକ୍ଷେପ

ରିପୋର୍ଟ: ପ୍ରଭୁଦତ୍ତ ପଣ୍ଡା //କଳାହାଣ୍ଡି (୧୫.୦୭.୨୦୨୦): କଳାହାଣ୍ଡି ଜିଲ୍ଲାରେ ଆଜି ପୁଣି ଦୁଇ କରୋନା ପଜିଟିଭ ରିପୋର୍ଟ ଆସିଥିବା ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଜଣେ ଦିଲ୍ଲୀ...

Recent Comments

%d bloggers like this: