Thursday, March 28, 2024

Top 5 This Week

Related Posts

ପଥର କ୍ରସର ଯୋଗୁଁ ଭୟଭୀତ ହଜାରିଡାଙ୍ଗ ଗ୍ରାମବାସୀ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, ତା (୦୪/୦୭) : ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ କୋଲନରା ବ୍ଲକ ସୁରି ପଞ୍ଚାୟତ ର ହଜାରିଡାଙ୍ଗ ଗ୍ରାମବାସୀ ତାଙ୍କ ଗାଁ ନିକଟରେ ଥିବା ପି ଭି ଆର୍ ରାମୁ ପଥର କ୍ରସର ଓ ମାଁ ମଝିଗୌରୀ ଷ୍ଟୋନ କ୍ରସର ଲାଗି ଭୟଭୀତ ଅବସ୍ଥାରେ ଜୀବନ ଯାପନ କରୁଥିବା ଗ୍ରାମବାସୀ କହିଛନ୍ତି ।

ଏହାର ମୁଖ୍ୟ କାରଣ ଯେତେବେଳେ ଏହି ପଥର କ୍ରସର ଗୁଡିକ ପାଇଁ ଯେଉଁ କୁଆଁରୀ ବ୍ଲାଷ୍ଟିଂ କରାଯାଉଛି ଉକ୍ତ ଗ୍ରାମ ର ଘର ଗୁଡ଼ିକ ର କାନ୍ଥ ଫାଟ ଦେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ଓ ଏହି କ୍ରସର ର ଯେଉଁ ପଥର ଗୁଣ୍ଡ ଗୁଡ଼ିକ ବିଲ ଜମିରେ ପଡ଼ୁଚି ତାହା ଫଳରେ ଫସଲ ଗୁଡ଼ିକ ମଧ୍ୟ ନଷ୍ଟ ହେଉଥିବା କହିଛନ୍ତି ।

ଏ ବିଷୟରେ ଗ୍ରାମବାସୀ ମାନେ ଉକ୍ତ କ୍ରସର ମାଲିକ ମାନଙ୍କୁ ବାରମ୍ବାର ଅଭିଯୋଗ କରି ନୟାନ୍ତ ହୋଇ କିଛି ପ୍ରତିକାର ନକରିବା ଫଳରେ ସେମାନେ ଅତି ଦୁର୍ଦ୍ଦିନରେ ଜୀବନ ଯାପନ କରୁଥିବା ଉକ୍ତ ଗ୍ରାମ ର କୈଳାସ ସିରିକା କହିଛନ୍ତି । ଉକ୍ତ ଗ୍ରାମ ର ଜଣେ ଛାତ୍ରୀ ମିନତି ତାଡ଼ିଙ୍ଗି କହିଛନ୍ତି ଯେ ଏହି କ୍ରସର ଧୂଳି ଯୋଗୁଁ ଉକ୍ତ ଗ୍ରାମ ର ଲୋକମାନେ ବିଭିନ୍ନ ଶ୍ୱାସକ୍ରୀୟା ଜନିତ ରୋଗରେ ପୀଡ଼ିତ ହେଉଛନ୍ତି । ପ୍ରଶାସନ ଏହାର ଶୀଘ୍ର ସମାଧାନ କଲେ ଆମ ଜୀବନ ଯାପନ ଶାନ୍ତିରେ ରହିପାରିବୁ ବୋଲି କହିଛନ୍ତି ନଚେତ କେତେବେଳେ ଶୋଇଥିବା ସମୟରେ ଘରର କାନ୍ଥ କୌଣସି ଗ୍ରାମବାସୀ ଉପରେ ପଡ଼ିବ ତାହା କହିହେବ ନାହିଁ ।

ସୂଚନା ଅନୁଯାୟୀ ଷ୍ଟୋନ କ୍ରସର ର ନିୟମାନୁଯାୟୀ ଉକ୍ତ କ୍ରସର ଚାରିପଟେ ବଡବଡ ଘଞ୍ଚ ଗଛ ଲଗାଯିବ ସହ ପ୍ରତିକାର ପାଇଁ ଅନେକ ପନ୍ଥା ଅବଲମ୍ବନ କରିବା କଥା କିନ୍ତୁ ଏହାକୁ ବେଖାତିର କରି ଏଭଳି ବେଆଇନ ଭାବେ ଏହି କ୍ରସର ଗୁଡ଼ିକ ଚାଲିଛି । ପ୍ରଦୂଷଣ ବିଭାଗ ଏଥିପ୍ରତି କଠୋର ନୀତି ଅବଲମ୍ବନ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଗ୍ରାମବାସୀ ନିବେଦନ କରିଛନ୍ତି ।

Popular Articles