Related Contents

ବିଷାକ୍ତ ସାପ କାମୁଡ଼ାରେ ନାବାଳକର ମୃତ୍ୟୁ

ରିପୋର୍ଟ: ଧ୍ରୁବରାଜ ମିଶ୍ର
ବିନିକା(୨୬/୦୫): ସୁବର୍ଣ୍ଣପୁର ଜିଲ୍ଲା ବିନିକା ଏନଏସି ସ୍ଥିତ ପାପକ୍ଷୟ ଘଟ ଠାରେ ବିଷାକ୍ତ ନାଗ ସାପ କାମୁଡ଼ାରେ ଜଣେ ନାବାଳକର ମୃତ୍ୟ ହୋଇଛି |

ଆଜି ସୁଶାନ୍ତ ବେହେରାଙ୍କ ପାଞ୍ଚ ବର୍ଷୀୟ ପୁଅ ବିବେକ ବେହେରା ସାଙ୍ଗ ସାଥୀଙ୍କ ସହ ଘରେ ଖେଳୁଥିବା ସମୟରେ ଗୋଡ଼ରେ ନାଗ ସାପ କାମୁଡି ଦେଇଥିବା ବେଳେ ବିବେକ କୁ ପରିବାର ଲୋକେ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ | ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ହୋଇଯାଇଛି |

Comments are closed.