ଥେରୁବାଲି ନାଗରିକ ମଞ୍ଚ ର ରେଳ ବିଭାଗ ର ବୈଠକ : ଜୁଲାଇ ୧୮ ରହଣୀ ପ୍ରତିଶୃତି ମିଳିଲା

0
112

ରିପୋର୍ଟ : ନରତ୍ତମ ପାଢୀ
ରାୟଗଡ଼ା, (୦୫/୦୭) : ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ଏକ ମାତ୍ର ରେଳ ଷ୍ଟେସନ ଥେରୁବାଲି ନାଗରିକ ମଞ୍ଚ ରେଳ ଷ୍ଟେସନ ରହିଛି ।ଥେରୁବାଲି ନାଗରିକ ମଞ୍ଚ

କରୋନା କାରଣରୁ ଏଠି କୌଣସି ରେଳ ଗାଡି ରହଣୀ କରୁନଥିଲା । ତାର ରହଣୀ ଦାବିରେ ଥେରୁବାଲି ନାଗରିକ ମଞ୍ଚ ତରଫରୁ ଗତ ୧୩ ତାରିଖରେ ରେଳ ରୋକ କରାଯିବ ବୋଲି ଚେତାବନୀ ଦେଇଥିଲେ । କିନ୍ତୁ ରେଳ କର୍ତ୍ତୃପକ୍ଷ ମଞ୍ଚ ପ୍ରତିନିଧିଙ୍କୁ ଡାକି ବିଚାର ବିମର୍ଷ କରି ରେଳ ରୋକ କୁ ବନ୍ଦ କରି ଲିଖିତ ପ୍ରତିଶୃତି ଦେଇଥିଲେ ।

ଏହାର ପ୍ରକ୍ରିୟାରେ ଆଜି ରେଳ ବିଭାଗ ର ସୁପରିଟେଣ୍ଟ ଉପ ଜିଲ୍ଲାପାଳ ଓ ଜିଲ୍ଲାପାଳ ଙ୍କ ରେଳ ପୋଲିସ ବଳ ସହ ବସି ଏହି ନିଷ୍କର୍ଷରେ ପହଞ୍ଚଲେ କି ଆଗାମୀ ୧୮ ତାରିଖ ଦିନ ଜୁନାଗଡ଼ ଏକ୍ସପ୍ରେସ ରହଣୀ କରିବ ଏହା ପ୍ରଥମ ଦାବୀ ପୂରଣ ତେଣୁ ମଞ୍ଚ ଓ ଅଞ୍ଚଳ ର ପ୍ରଜା ମାନେ ଖୁସିରେ ଅଛନ୍ତି । ଏହି ଖୁସି ବେସି ଦିନ ନ ରହିପାରେ ଯଦି ବଳକା ଦାବୀ ଗୁଡିକକୁ ବିଭାଗ ଦୃଷ୍ଟି ନଦିଏ ତା ହେଲେ କ’ଣ ବି ହେଇପାରେ ।

ଏହି ବୈଠକରେ ସଂଗଠକ ଶ୍ରମିକ ନେତା ନିରଞ୍ଜନ ପାତ୍ର, ବ୍ଲକ ଉପାଧ୍ୟକ୍ଷ ହଳଧର ହିମିରିକା, ନକୁଳ ସେନାପତି, ଅଶୋକ ହିକକା, ନେହୁରୁ ରତନ, ଭାସ୍କର ଅମର ସିଂହ, ରଘୁନାଥ କମ୍ବା, ସଞ୍ଜୟ ପାଣିଗ୍ରାହୀ, ଲଷ୍ମୀ ହନ୍ତାଳ, ଏମ. ରାଜେଶ କୁମାର ପ୍ରମୁଖ ଯୋଗ ଦେଇଥିଲେ ।