Related Contents

ପୁଣି ଥରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଅସମ୍ମାନ

ରିପୋର୍ଟ: କପିଳେନ୍ଦ୍ରଦେବ ସାମନ୍ତରାୟ
ଲମତାପୁଟ (୨୬/୦୬): ପୁଣି ଥରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଅସମ୍ମାନ କରାଯାଇଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଲମତାପୁଟ ବ୍ଲକ ପେଟା ପଞ୍ଚାୟତର ପଞ୍ଚାୟତ କାର୍ଯ୍ୟାଳୟରେ । ମହାତ୍ମାଗାନ୍ଧୀଙ୍କ ପ୍ରତିମୁର୍ତ୍ତି ନିକଟରେ କୈାଣସି ଅସାମାଜିକ ବ୍ୟକ୍ତି ମାନେ ମଦ ପିଇ କିଛି ବୋତଲ ପ୍ରତିମୁର୍ତ୍ତି ନିକଟରେ ଓ କିଛି ବୋତଲ କାର୍ଯ୍ୟାଳୟର ବାରଣ୍ଡାରେ ଫୋପାଡ଼ି ଚାଲିଯାଇଥିବା ଜଣାପଡିଛି ।

ପ୍ରକାଶ ଥାଉ କି ଗତ ୧୬ନଭେମ୍ବର୧୮ରେ କୈାଣସି ଅସାମାଜିକ ବ୍ୟକ୍ତି ଗାନ୍ଧୀଙ୍କ ପ୍ରତିମୁର୍ତ୍ତିର ବେକରେ ଏକ ନାଲିଆ କପଡା ଗୁଡ଼ାଇ ବାନ୍ଧି ରଖିଥିଲା । ଏହି ଘଟଣାରେ ବିଡ଼ିଓଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ । କିନ୍ତୁ ବିଡ଼ମ୍ବନା ବିଷୟ ଆମେ ଜାଣିବାରେ କୈାଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିବା ଜଣାପଡିଛି । ଏହି ଦୃଶ୍ୟ ଅଞ୍ଚଳ ଜଣେ ସମାଜସେବୀ ଯୁବକ ଡମ୍ବରୁଧର ଗତନ ଦେଖି ଆମକୁ ଖବର ଦେଇଥିଲେ । ଏଥିରୁ ଅନୁମାନ କରାଯାଉଛି ବର୍ତ୍ତମାନ ପଞ୍ଚାୟତ କାର୍ଯ୍ୟାଳୟ ଅସାମାଜିକ ବ୍ୟକ୍ତିଙ୍କ ଆସ୍ଥାନ ପାଲଟିଛି । ଏଥିପାଇଁ ରାତ୍ର ଜଗୁଆଳି ଥିଲେ ମଧ୍ୟ ଭୟରେ ଆସୁ ନ ଥିବା ଜଣାପଡିଛି । ଏନେଇ ପିଇଓ ମୁରଲି ପଟ୍ଟନାୟକ ରାଣିତୋଟା ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି ଓ ଅଭିଯୁକ୍ତ ମାନଙ୍କୁ ଦଣ୍ଡ ଦେବା ପାଇଁ କହିଛନ୍ତି ।

Comments are closed.