ବାଲିଗୁଡା ବନଖଣ୍ଡ ପକ୍ଷରୁ ଉପଖଣ୍ଡ ସ୍ତରୀୟ ବନ ମହୋତ୍ସବ ଓ ବୃକ୍ଷ ରୋପଣ

0
210
ବାଲିଗୁଡା ବନଖଣ୍ଡ

ରିପୋର୍ଟ : ବିଭୁତି ଲହରିୟା
ବାଲିଗୁଡା, (୫/୭) : ବାଲିଗୁଡା ବନଖଣ୍ଡ ପକ୍ଷରୁ ୭୩ ତମ ବନ ମହୋତ୍ସବ ସପ୍ତାହ ଓ ଏକ ଦିବସୀୟ ସାମୁହିକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି lWhatsApp Image 2022 07 05 at 7.15.58 PM 1 ବାଲିଗୁଡା ବନଖଣ୍ଡ ପକ୍ଷରୁ ଉପଖଣ୍ଡ ସ୍ତରୀୟ ବନ ମହୋତ୍ସବ ଓ ବୃକ୍ଷ ରୋପଣ

ଏହି ଅବସରରେ ବାଲିଗୁଡା ବନଖଣ୍ଡ ପକ୍ଷରୁ ବାଲିଗୁଡା ବନଖଣ୍ଡ ଅଧିକାରୀ ବିଶ୍ୱରାଜ ପଣ୍ଡା ଙ୍କ ତତ୍ତ୍ୱାବଧାନରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦ ଅଧକ୍ଷା ନନ୍ଦିନୀ ମଳିକ, ଉପଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ, ବାଲିଗୁଡା ଏସ.ଡି.ପି.ଓ ଜି.ଆର ରାଘଭେନ୍ଦ୍ର, କନ୍ଧମାଳ ସାଂସଦ ଙ୍କ ବ୍ଲକ ପ୍ରତିନିଧି ଟୁନା ଦାସ, ଏନ.ଏ.ସି ଅଧ୍ୟକ୍ଷ ଗୋବିନ୍ଦ ପ୍ରଧାନ, ୱାଇଲଡ଼ ଲାଇଫ ୱାର୍ଡେନ କୌଶିଜ ସାହୁ, ବାଲିଗୁଡା ଥାନା ଅଧିକାରୀ ବାବା ଶଙ୍କର ସରାଫ, ବାଲିଗୁଡା ବ୍ଲକ ଅଧ୍ୟକ୍ଷା ମିଶାବତୀ ମଳିକ,ବିଧାୟକ ପ୍ରତିନିଧି ଅବନୀ କାନ୍ତ ନାୟକ, ସମେତ ଜନ ପ୍ରତିନିଧି ଓ ସରକାରୀ ଅଧିକାରୀ ଯୋଗ ଦେଇ ସୁସ୍ଥ ପରିବେଶ ଗଠନ ନେଇ ନିଜର ମତ ପ୍ରକାଶ କରିଥିଲେ l

ପରେ ଧବଳେଶ୍ୱର ମନ୍ଦିର ପରିସରରେ ଉପସ୍ଥିତ ଜନ ପ୍ରତିନିଧି, ସରକାରୀ ପଦାଧିକାରୀ, ବନ ବିଭାଗ କର୍ମଚାରୀ ଓ ଛାତ୍ର ଛାତ୍ରୀ ଙ୍କ ପକ୍ଷରୁ ଚାରା ରୋପଣ କରାଯଇଥିଲା l ଏକ ସବୁଜ ସୁନ୍ଦର ବାଲିଗୁଡା ସହର ଗଢି ତୋଳିବାକୁ ପ୍ରତିଟି ଜନସାଧାରଣ ଗୋଟାଏ ଲେଖାଏଁ ଗଛ ରୋପଣ କରିବାକୁ ଜନ ପ୍ରତିନିଧି, ସରକାରୀ ଅଧିକାରୀ, ବନ ବିଭାଗ ପକ୍ଷରୁ ନିବେଦନ କରାଯାଇଛି lWhatsApp Image 2022 07 05 at 7.15.59 PM ବାଲିଗୁଡା ବନଖଣ୍ଡ ପକ୍ଷରୁ ଉପଖଣ୍ଡ ସ୍ତରୀୟ ବନ ମହୋତ୍ସବ ଓ ବୃକ୍ଷ ରୋପଣ

ବାଲିଗୁଡା ଏସିଏଫ ସୌମ୍ୟ ରଞ୍ଜନ ସାହୁ, ରେଞ୍ଜର ଉଦିତ ପ୍ରଧାନ, ଫରେଷ୍ଟର ମାନସ କୁମାର ସାହୁ ସମେତ ବନ କର୍ମଚାରୀ, ଏସଏଚଏଜି ଗୋଷ୍ଠୀ ସହଯୋଗ କରିଥିଲେ l