Related Contents

ମାଲକାନଗିରି ଜିଲ୍ଳା ମେଡିକାଲରେ ନୂତନ ଉପାୟ-ଟିକ ଟକ ମାଧ୍ୟମରେ ଚିକିତ୍ସା କରୁଛନ୍ତି ନର୍ସ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଅସୀମ ବିଶ୍ୱାସ
ମାଲକାନଗିରି(୨୬/୦୫): ମାଲକାନଗିରିରେ ଅବିଶ୍ୱାସ ହେଲେ ମଧ୍ୟ ସତ | ଜିଲ୍ଲାରେ ନିର୍ମିତ ୭ମହଲା ବିଶିଷ୍ଟ ମେଡିକାଲରେ ଚିକିତ୍ସା ବିଜ୍ଞାନର ନୂତନ ଫର୍ମୁଲା ଟିକ ଟିକ ମାଧ୍ୟମରେ ରୋଗୀ ସେବା କରୁଛନ୍ତି ଷ୍ଟାଫ ନର୍ସ ।

କେତେବେଳେ ଡାକ୍ତରଙ୍କ ଦୁର୍ବ୍ୟବହାର ତ କେତବେଳେ ଆମ୍ବୁଲାନ୍ସ ବନ୍ଦ, ରକ୍ତ ଅଭାବ, ଛାତରୁ ଟାଇଲ ଖସି ରୋଗୀ ଆହତ, ଯେମିତି ବିବାଦ ମୁଖ୍ୟ ଚିକିତ୍ସାଳୟର ପିଛା ଛାଡ଼ୁନି | ଏବେ ଏକ ନୂତନ ବିବାଦ ମୁଣ୍ଡ ଟେକିଛି ଯାହା ପଦାରେ ପଡିଛି | ନର୍ସଙ୍କ ଦାଇତ୍ୱ ହୀନତା । ମାଲକାନଗିରି ମେଡିକାଲରେ କାର୍ଯ୍ୟରତ ଥିବା ନର୍ସ ମାନେ କିଭଳି ନିଜର କାମ ନ କରି ଡିଉଟି ସମୟରେ ଟିକଟକରେ ଭିଡିଓ ବନାଇବାରେ ବ୍ୟସ୍ତ ଅଛନ୍ତି ।

ମାଲକାନଗିରି ଜିଲ୍ଳା ମେଡିକାଲରେ ନୂତନ ଉପାୟ-ଟିକ ଟକ ମାଧ୍ୟମରେ ଚିକିତ୍ସା କରୁଛନ୍ତି ନର୍ସ

ଯାହାକି ସେମାନଙ୍କର କାର୍ଯ୍ୟ ପ୍ରତି ଥିବା ଦାଇତ୍ୱ ହୀନତାର ପରିଚୟ ଦେଇଛି । ଜିଲ୍ଲା ମେଡିକାଲରେ ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ଏସଏନଏସ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଦାଇତ୍ୱ ଥିବା ନର୍ସଙ୍କ ଏହି ଭଳି କାମକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

Comments are closed.