Related Contents

ବାଲ୍ୟ ବିବାହ ଯୋଜନା ଭଣ୍ଡୁର କଲେ ସିଡିପିଓ

ରିପୋର୍ଟ: କପିଳେନ୍ଦ୍ରଦେବ ସାମନ୍ତରାୟ
ଲମତାପୁଟ(୨୪/୦୬): ବାଲ୍ୟ ବିବାହ ଯୋଜନା ଚାଲିଥିବା ସମୟରେ ସିଡିପିଓ ପହଞ୍ଚି ରୋକିଥିଲେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଲମତାପୁଟ ବ୍ଲକ ଚିକେନପୁଟ ପଞ୍ଚାୟତର ଗନେଲ ଗାଁରେ ।

ଘଟଣା କ୍ରମେ ଗନେଲ ଗାଁର ଯୁବକ ସହିତ ଉକ୍ତ ନାବାଳିକା ବାଲେଲ ପଞ୍ଚାୟତର ସହିତ ବିବାହ ପାଇଁ ଯୋଜନା ଚାଲିଥିବା ସମୟରେ କୈାଣସି ଏକ ସୁତ୍ରରୁ ଖବର ପାଇ ସିଡିପିଓ ଶ୍ରୀମତୀ କୁସୁମ ପଟ୍ଟନାୟକ ଓ ଆଇସିଡିଏସ୍ ସୁପର୍ ଭାଇଜର୍ ଶ୍ରୀମତୀ ରୋଜାଲିନ କୋଟିଆ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ନାବାଳିକାକୁ ଉଦ୍ଧାର କରିବା ସହ ଆଇସିଡିଏସ୍ କାର୍ଯ୍ୟାଳୟ ଲମତାପୁଟକୁ ଆଣି ଥିଲେ ଓ ଝିଅର ବାପା ଓ ମା ଉଭୟଙ୍କୁ କାର୍ଯ୍ୟାଳୟକୁ ଡ଼ାକିଥିଲେ । ତାପରେ ଆରମ୍ଭ କରିଥିଲେ ବୁଝାଇବା କାର୍ଯ୍ୟକ୍ରମ । ନାବାଳିକା ବିବାହ ଆଇନ୍ ସମ୍ମତ ନୁହେଁ ବୋଲି କୁହାଯାଇଥିଲା । ଏ ସମ୍ପର୍କରେ ଆଇନ ଓ ଦଣ୍ଡବିଧାନ ସମ୍ପର୍କରେ ଅବଗତ କରାଇଥିଲେ । ଶେଷରେ ଝିଅ ବାପା ଓ ମା ବାହାଘର ନ କରିବା ପାଇଁ ରାଜି ହୋଇଥିଲେ । ଏବଂ ଶେଷରେ ନାବାଳିକାକୁ କୋରାପୁଟ ସିଡବ୍ଲୁସି କର୍ତୁପକ୍ଷଙ୍କୁ ହସ୍ତାନ୍ତର କରିଥିଲେ । ପରିବାର ପାଖରେ ନାବାଳିକା ଜଣକ ସୁରକ୍ଷିତ ରହିବ ବୋଲି ହୃଦବୋଧ ହେଲା ପରେ ପରିବାରକୁ ହସ୍ତାନ୍ତର କରିଥିଲେ । ସିଡିପିଓଙ୍କ ଏଭଳି ମହତ୍ କାର୍ଯ୍ୟକୁ ସବୁ ମହଲରୁ ପ୍ରଶଂସା କରାଯାଇଛି ।

Comments are closed.