ମୁରିବାହାଲ ବ୍ଲକ ର ୧୨ ଗୋଟି ପଞ୍ଚାୟତ ଫସଲ ବୀମା ପାଇବାରୁ ବଂଚିତ, ପ୍ରତିବାଦରେ ତହସିଲଦାରଙ୍କୁ ଦାବିପତ୍ର

ରିପୋର୍ଟ: ଭଗବାନ ମହାନ୍ତି / ନିମାଇଁ ଚରଣ ବଘାର
ମୁରିବାହାଲ (୨୫/୦୬): ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ର ୨୨ ଗୋଟି ପଞ୍ଚାୟତ ରେ ଗତ କିଛି ବର୍ଷ ଧରି କାମ ବର୍ଷ ହେବା ଫଳରେ ପ୍ରତି ବର୍ଷ ମରୁଡି ପରିସ୍ଥିତି ଦେଖାଦେଉଥିବା ବେଳେ କେବଳ ୧୦ଗୋଟି ପଞ୍ଚାୟତ କୁ ଫସଲ ବୀମା ଯୋଜନାରେ କ୍ଷତି ପୁରାଣ ପ୍ରଦାନ କରାଯାଇଥିବା ଯୋଗୁଁ ମଙ୍ଗଳବାର ଦିନ ୧୨ଗୋଟି ପଞ୍ଚାୟତ ର ଚାଷୀମାନେ କ୍ଷତି ପୁରାଣ ବୀମା ରାଶି ପାଇବା ପାଇଁ ପ୍ରତିବାଦରେ ମୁରିବାହାଲ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି |

ଏହି ପରିପ୍ରେକ୍ଷୀରେ ବିଜୁ ଜନତା ଦଳ ର କୃଷକ ମୋର୍ଚ୍ଚା ର ଜିଲ୍ଲା ସଭାପତି ଅଜୟ ଦାସଙ୍କ ନେତୃତ୍ୱରେ ଫସଲବୀମା ରୁ ବାଦ ପଡିଥିବା ୧୨ଗୋଟି ପଞ୍ଚାୟତ ମୁରିବାହାଲ, ହଳଦୀ, ଗୁଡିଘାଟ, ଡଙ୍ଗରପଡା , ଗାଁରେଇ, ଲେବଡା, ତେନ୍ତୁଳୀଖୁଣ୍ଟି ,ସିରେଲ , ବଁକେଲ, ଓ ଈଛାପଡା ପଂଚାୟତର ଶତାଧିକ ଚାଷୀ ଯୋଗଦେଇ ଫସଲ ବୀମା ପାଇବାକୁ ବଂଚିତ ଥିବାରୁ ଖୋଭ ପ୍ରକାଶ କରିବା ସହ ଆଗାମୀ ଦିନରେ ଯଥାଶୀଘ୍ର ବୀମା ପାଇବା ପାଇଁ ଦାବି କରିଥିଲେ | ଏହା ସାଙ୍ଗକୁ ତହସିଲଦାର କାର୍ଯ୍ୟାଳୟ ଠାରେ ଏକ ପ୍ରତିବାଦ ସଭା ମାଧ୍ୟମରେ ଏହି ଅଂଚଳର ଚାଷୀ ମାନେ ଦୀର୍ଘ ତିନି ବର୍ଷ ଧରି ମରୁଡ଼ିର ସାମ୍ନା କରୁଥିବା ବେଳେ ଫସଲବୀମା ପାଇବାରୁ ବଂଚିତ ହେବା ଆହୁରି ବିଶେଷ କ୍ଷତି ହୋଇଛି ବୋଲି ଜଣାଇଥିଲେ | ଜଳସେଚନର କୌଣସି ବ୍ୟବସ୍ଥା ନ ଥିବା ବେଳେ କେବଳ ବର୍ଷ ଋତୁ ଭରସା କରି ଚାଷ କରି ବୀମା କେଉଁ ଆଧାର ରେ ବଂଚିତ କରାଯାଇଛି ବୋଲି ଓଲଟା ପ୍ରଶ୍ନ ପଚାରିଥିଲେ | ତେଣୁ ଆଗାମୀ ଦିନରେ କରାଯାଇଥିବା ୨୦୧୬-୧୭ ବର୍ଷର ପ୍ରଧାନମନ୍ତ୍ରୀ ଫସଲ ଵିମରସି ଗୁଡିକୁ ଏହି ୧୨ଗୋଟି ପଞ୍ଚାୟତ କୁ ଅନ୍ତର୍ଭୁକ୍ତ କରାଯିବ ସହ ଚାଷୀମାନଙ୍କୁ ଯଥାଶୀଘ୍ର ଫସଲ ବୀମାର କ୍ଷତି ପୁରାଣ ପ୍ରଦାନ କରାଯାଉ ନଚେତ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ରତର କରାଯିବ ବୋଲି ଚେତାବନୀ ପ୍ରଦାନ କରିଛନ୍ତି |

ଏହାପରେ ବଲାଙ୍ଗୀର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ମୁରିବାହାଲ ତହସିଲଦାର ଅମୃତଲାଲ ବେହେରାଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି | ଏହି କାର୍ଯ୍ୟକ୍ରମ ରେ ଚିତ୍ତରଞ୍ଜନ ବାଗ, ମିନିକେତନ ପାତ୍ର, ଚତୁର୍ଭୁଜ ମେହେର, ଦିଲୀପ ମହାକୁର, ଲକ୍ଷ୍ମୀଧର ନାଏକ, ଆଦିବାଶ ମହାର ପ୍ରମୁଖ ନେତୃତ୍ୱ ନେଇଥିଲେ |

Comments are closed.