ମୁରିବାହାଲ ବଜାରରୁ ରେଳୱେ ଷ୍ଟେସନ ରାସ୍ତା ଶୋଚନୀୟ

ରିପୋର୍ଟ: ଭଗବାନ ମହାନ୍ତି/ନିମାଇଁ ଚରଣ ବଘାର
ମୁରିବାହାଲ (୨୪/୦୬): ମୁରିବାହାଲ ରେଳୱେ ଷ୍ଟେସନ ଯିବାକୁ ମୁଖ୍ୟ ରାସ୍ତା ଅତି ଶୋଚନୀୟ ହୋଇପଡିଛି | ବିପର୍ଯୟ ରାସ୍ତା ଯୋଗୁ ୨ଚକିଆ, ଚାରି ଚକିଆ ଯାତାୟାତ କରିବା ବେଳେ ବ୍ୟାଘାତ ଦେଖାଦେଉଛି | ଚଳିତ ବର୍ଷ ବର୍ଷା ଆରମ୍ଭ ହୋଇଯାଇଥିବେଳେ ରାସ୍ତା ଖାଲ ଖମାରରେ ଭର୍ତି ହୋଇରହିଛି |

ମୁରିବାହାଲ ଷ୍ଟେସନରେ ମୁରିବାହାଲ ବ୍ଲକର ୨୨ପଂଚାୟତ ତତ୍ ସଙ୍ଗେ ଅନ୍ୟ ବ୍ଲକ ମଧ୍ୟ ନିର୍ଭର କରନ୍ତି | ୩୧/୦୧/୨୦୧୯ରେ ଇଣ୍ଟେରସିଟି ରହଣି ପରେ ଲୋକଙ୍କୁ ଯିବା ଆସିବା ସୁବିଧା ହୋଇଯାଇଛି ଓ ସମୟ ନଷ୍ଟରୁ ବଞ୍ଚିତ ହଉଛି ନ ହେଲେ ଟିଟିଲାଗଡ କିମ୍ବା କଣ୍ଟାବାଞ୍ଜି ଯିବାକୁ ପଡୁଥିଲା | ଅଞ୍ଚଳବାସୀ ଟ୍ରେନରେ ନିର୍ଭର କରିଥାନ୍ତି କାରଣ ଯିବା ଆସିବା ପାଇଁ ଅନ୍ୟ କୌଣସି ପର୍ଯ୍ୟାପ୍ତ ସୁବିଧା ନାହିଁ | ସ୍ଥାନୀୟ ସରପଞ୍ଚଙ୍କୁ ପଚାରିଥିଲୁ ଏହି ରାସ୍ତା ପାଇଁ ପଇସା ଅଛି ଅନୁମତି ହେଲେ ରାସ୍ତା କାମ ଆରମ୍ଭ ହେଇଯିବ ବୋଲି କହିଥିଲେ | ଏହି ରାସ୍ତାଟି ରିଜର୍ଭ ଜଙ୍ଗଲ ଅବସ୍ଥିତ ସେଥିପାଇଁ ସ୍ଥାନୀୟ ସରପଞ୍ଚ ଓ ଜନ ସାଧାରଣ ସବ-କଲେକଟରଙ୍କୁ ଗତ ୧୮/୧୨/୨୦୧୭ରେ ଦିଆଯାଇଛି | ଲେଟର ନ.୭୦୮୬ରିଜର୍ଭ ଜାଗା ପାଇଁ ଫର୍ମ-ବି ସେକସନ ୩(୨) ମଧ୍ୟ ଆବେଦନ କରାଯାଇଛି | ମୁରିବାହାଲ ଜନ ସାଧାରଣ ଟିଟିଲାଗଡ ସବ-କଲେକଟର ସୁଧାକର ନାୟକଙ୍କୁ ସାକ୍ଷାତ କରି ଆବେଦନ ବିଷୟରେ କହିଥିଲୁ | ସେ ଏହି ବିଷୟରେ ଦେଖୁଛି ଶୀଘ୍ର ସୁବିଧା କରାଯିବ ବୋଲି କହିଥିଲେ | ଜନସାଧାରଙ୍କ ଶୀଘ୍ର କରିବା ପାଇଁ ଦାବି ହେଉଛି |

Comments are closed.