ଗୋଟିଏ ମଞ୍ଚରେ ୬ ଜଣ ଶିକ୍ଷକ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ

0
111
ଗୋଟିଏ ମଞ୍ଚରେ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୦୩/୦୭) : ଗତ ରବିବାର ଦିନ ତିଲେଶ୍ୱର ପ୍ରାଥମିକ ବିଦ୍ୟାଳୟରେ ଦେବେନ୍ଦ୍ର ସାହୁ ଙ୍କ ସଭାପତିତ୍ୱରେ ଗୋଟିଏ ମଞ୍ଚରେ ରାମଗଡ, ତିଲେଶ୍ୱର ଓ ଧଳପୁର ଆଞ୍ଚଳିକ ସାଧନ କେନ୍ଦ୍ରସ୍ଥ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଙ୍କ ଗହଣରେ ୬ ଜଣ ଶିକ୍ଷକ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି lWhatsApp Image 2022 07 04 at 8.28.41 PM 1 ଗୋଟିଏ ମଞ୍ଚରେ ୬ ଜଣ ଶିକ୍ଷକ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ

ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ କନିଷ୍ଠ ବ୍ଲକ ଶିକ୍ଷା ଅଧିକାରୀ ସ୍ୱରାଜ କହଁର, ମୁଖ୍ୟ ବକ୍ତା ଭାବେ ସୁବାସ ଚନ୍ଦ୍ର ବିଶି ଯୋଗଦେଇଥିଲେ l ଅବସର ପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ହରଭଙ୍ଗା, ଶ୍ରୀଯୁକ୍ତ ଦେବରାଜ ପ୍ରଧାନ, ଅବସର ପ୍ରାପ୍ତ ଶିକ୍ଷକ ପ୍ରଫୁଲ୍ଲ ବିଶି, ଗୌରୀଶଙ୍କର ପଟ୍ଟନାୟକ, ବାସୁଦେବ କ୍ଷେତ୍ତି, ନୀଳମଣି ମହାରଣା, ଅର୍ଜୁନ ରଣା ଙ୍କୁ ଗୋଟିଏ ମଞ୍ଚରେ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି l

ତିଲେଶ୍ୱର CRCC ସତ୍ୟନାରାୟ ପୃଷ୍ଟି, ଧଳପୁର CRCC ସତ୍ୟନାରାୟଣ ନାଏକ ଓ ରାମଗଡ CRCC ସୁବାସ ଚନ୍ଦ୍ର ବିଶି ଙ୍କ ତତ୍ଵାବଧାନରେ ଏହି ସଭା ଅନୁଷ୍ଠିତ ହୋଇଥିବା ବେଳେ ଶେଷରେ ଶିକ୍ଷକ ବିଭୁତି ପାଢ଼ୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l