ବିଲମାଳ ଉପରେ ପଡିଛି ବିଦ୍ୟୁତ ତାର

ରିପୋର୍ଟ: କୈଳାସ ମାଳବିଶୋୟୀ
ଚନ୍ଦ୍ରପୁର (୨୫/୦୬): ରାୟଗଡା ଜିଲ୍ଲା ଚ଼ଦ୍ରଂପୁର ବ୍ଲକ ବଦିଂରି ଗ୍ରାମରେ ଆଜକୁ ପ୍ରାୟ ୩ବର୍ଷ ହେବ ପାଣି ଟାକଂ ତିଆରି ହୋଇଛି | ସାହିକୁ ସାହି ପାଇପ ପଡିଛି, ଷ୍ଟାଣ୍ଡପୋଷ୍ଟ ତିଆରି ହୋଇଛି ହେଲେ ମିଳୁନି ପିଇବାକୁ ପାଣି |

ଏହାକୁ ନେଇ ବାରମ୍ବାର ଆରଡବ୍ଲୁଏସଏସ କନିଷ୍ଟ ଯନ୍ତ୍ରୀ ଶ୍ରୀ ପାତ୍ରଙ୍କୁ ଫୋନରେ ଯୋଗାଯୋଗ କଲାପରେ ସେ ମଟର ଆଣିଲେ ପମ୍ପ ହାଉସକୁ ଓ କୂଅରୁ ତାର ବିଲମାଳ ଉପରେ ବିଛାଇ ଦେଲା ପରେ ବି ପାଣି ପମ୍ପହାଉସକୁ ଗଲାନାହି | ଏହାକୁ ନେଇ କନିଷ୍ଟ ଯତ୍ରୀଙ୍କୁ ପଚ଼ାରିବାରୁ ସେ କହିଲେ ଥ୍ରୀ ଫେଜ ଲାଇନ ହେଲେ ପାଣି ଛାଡିବୁ ବୋଲି କହିଥିଲେ | ଆଜକୁ ପ୍ରାୟ ୨ମାସ ହେବ ପମ୍ପ ହାଉସକୁ ବିଦ୍ୟୁତ ତାର ବିଛାଇ ଦେଇଛନ୍ତି ହେଲେ ତାର ବିଲମାଳ ଉପରେ ସେମିତି ପଡି ରହିଛି | ବିଦ୍ୟୁତ ତାର ତଳେ ପଡି ରହିଥିବା ଦେଖି ବିଦ୍ୟୁତ ବିଭାଗର କନିଷ୍ଟ ଯନ୍ତ୍ରୀ ପାତ୍ରଙ୍କୁ ଫୋନରେ ଯୋଗାଯୋଗ କରି ପମ୍ପହାଉସ ତାର ତଳେ ପଡିଥିବା କହିବାରୁ ସେ ଏହାକୁ ତୁରନ୍ତ ହଟାଇଦେବୁ ବୋଲି କହି ଆଜକୁ ପ୍ରାୟ ଆଠ ଦଶଦିନ ହେବ ଚ଼ୁପଚ଼ାପ ରହିଛନ୍ତି | ଏହି ବିଦ୍ୟୁତ ତାର ଯଥା ଶୀଘ୍ର ହଟାଇ ଦେଲେ ଭଲ ହେବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି |

Comments are closed.