Advertisements
Thursday, July 9, 2020
Home headline ଠକେଇର ଶିକାର, ଜାଲ ନୋଟ୍ ଦେଇ ଠକି ନେଇଗଲେ ମେଣ୍ଢା

ଠକେଇର ଶିକାର, ଜାଲ ନୋଟ୍ ଦେଇ ଠକି ନେଇଗଲେ ମେଣ୍ଢା

ରିପୋର୍ଟ: ଚିତ୍ତରଞ୍ଜନ ବାଗ
କଳାହାଣ୍ଡି (୨୪/୦୬): କୋକସରା ଥାନା ଅନ୍ତର୍ଗତ ଖପ୍ରାମାଲ ଗ୍ରାମର ଜଣେ ମେଣ୍ଢା ପାଳକଙ୍କ ଠାରୁ ଜାଲ ନୋଟ୍ ଦେଇ ବୋପାରିମାନେ ମେଣ୍ଢା ନେଇ ଅତି ଚତୁରତାର ସହ ଚାଲିଯାଇଥିବା ଜଣାପଡିଛି । ମୁଷାପାଲି ପଞ୍ଚାୟତ ଅନ୍ତର୍ଗତ ଖପ୍ରାମାଲ ଗ୍ରାମର ରୁତୁରାଜ ରାଉତ ରବିବାର ଦିନ ଏହି ଠେକଇର ଶିକାର ହୋଇଛନ୍ତି ।

ମିଲିଥିବା ସୁଚନା ଅନୁସାରେ, ସେ ରବିବାର ବେହେରା ସାପ୍ତାହିକ ବଜାରକୁ ମେଣ୍ଢା ବିକ୍ରି କରିବା ପାଇଁ ନେଇଥିଲେ । ସେଠାରେ ବେପାରି ମାନେ ଅତି ଶସ୍ତାରେ ମୁଲଚାଲ କରିଥିବାରୁ ମେଣ୍ଢାଟିକୁ ବିକ୍ରି ନ କରି ଘରକୁ ଫେରିଆସୁଥିଲେ, ହେଲେ ବେହେରା ସ୍ଥିତ ଖେଲ ପଡିଆ ପାଖାପୁଖି ବଜାରରେ ପୂର୍ବରୁ ମୁଲଚାଲ କରିଥିବା ସେହି ବେପାରି ମାନେ ତାଙ୍କୁ ସେଠାରେ ଅଟକାଇ ମେଣ୍ଢାଟିକୁ ତାଙ୍କ କହିବା ମୂଲ୍ୟ ହିସାବରେ ୫ ହଜରା ଦେଇ କିଣି ନେଇଯାଇଥିଲେ । ସେଠାରେ ରୁତୁରାଜ ଟଙ୍କା ଗଣିଥିଲେ ହେଁ ସେହି ଠକ ବେପାରି ମାନେ ଅତି ଚତୁରତା ସହ ଖଣ୍ଡେ ଭଲ ନୋଟ୍ କୁ ଉପର ପାଶ୍ୱର୍ରେ ରଖିଥିବାରୁ ସେ ଜାଣିପାରି ନ ଥିବା କହିଛନ୍ତି । ଯେତେ ବେଳେ ଘରକୁ ପହଞ୍ଚି ରୁତୁରାଜ ସନ୍ଧ୍ୟାରେ ସେହି ଟଙ୍କାକୁ ପୂନର୍ବାର ଗଣିଥିଲେ ହେଲେ ଗୋଟିଏ କ୍ରମିକ ସଂଖ୍ୟାର ୪୯ଗୋଟି ଶହେ ଟଙ୍କିଆ ନୋଟ ସେ ଦେଖିବାକୁ ପାଇ ନକଲି ନୋଟ୍ ବୋଲି ଜଣିପାରିଥିଲେ । ସେହି ଟଙ୍କା ଭିତରୁ ମାତ୍ର ଶହେ ଟଙ୍କା ଭଲ ନୋଟ୍ ଥିବା ବେଲେ ସେହି ଠକ ବୋପାରି ମାନେ ଧର୍ମଗଡ ଅଞ୍ଚଳର ବୋଲି ତାଙ୍କୁ ପରିଚୟ ଦେଇଥିବା ରୁତୁରାଜ ପ୍ରକାଶ କରିଛନ୍ତି । ଅନ୍ୟପଟେ ଏ ସମ୍ବନ୍ଧେ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ଜଣାପଡିଛି |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ନାଗାବଳୀ ନଦୀରେ ଯୁବତୀର ମୃତ ଦେହ ଉଦ୍ଧାର କଲା ପୁଲିସ

ରିପୋର୍ଟ: ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୯/୭): ରାୟଗଡ଼ା ଜିଲ୍ଲା କଲନରା ବ୍ଳକ ଅନ୍ତର୍ଗତ ବୁଡ଼ାଗୁଡା ସଦର ଗାଁ ସାଙ୍ଗାନା ପ୍ରାସ୍କା ଙ୍କ ଝିଅ ସଂଯୁକ୍ତା ପ୍ରାସ୍କା...

ଜାମ୍ମୁ କାଶ୍ମୀର ବିଜେପି ନେତା ଶେଖ ୱାସିମ ବରୀ, ତାଙ୍କ ପିତା ଏବଂ ଭାଇଙ୍କୁ ଆତଙ୍କବାଦୀ ହତ୍ୟା କରିଥିବା ସୂଚନା

ଶ୍ରୀନଗର (ଓଡିଶା ନ୍ୟୁଜ୨୪ ବ୍ୟୁରୋ): ବୁଧବାର ରାତିରେ ଜାମ୍ମୁ-କାଶ୍ମୀର ବିଜେପି ନେତା ଶେଖ ୱାସିମ ବରୀ ଏବଂ ତାଙ୍କ ପରିବାରର ଦୁଇଜଣ ସଦସ୍ୟଙ୍କୁ ହତ୍ୟା କରିବା ପରେ ପରିବାରର...

କାନପୁର ଗୁଳି କାଣ୍ଡ ର ମାଷ୍ଟର ମାଇଣ୍ଡ ବିକାଶ ଦୁବେ ଗିରଫ

ନୂଆଦିଲ୍ଲୀ (୦୯/୦୭): ଗତ ସପ୍ତାହରେ ଆଠ ଜଣ ପୋଲିସ କର୍ମଚାରୀଙ୍କୁ ହତ୍ୟା କରିଥିବା କାନପୁର ଗୁଳିରେ ଉତ୍ତରପ୍ରଦେଶ ଗ୍ୟାଙ୍ଗଷ୍ଟର ବିକାଶ ଦୁବେଙ୍କୁ ମଧ୍ୟପ୍ରଦେଶରେ ଗିରଫ କରାଯାଇଛି।

ଆଜି କରୋନାରେ ମୃତ୍ୟୁ ସଂଖ୍ୟା ୪ ସହ ୫୨କୁ ବୃଦ୍ଧି

ଭୁବନେଶ୍ୱର (୦୯/୦୭): ରାଜ୍ୟରେ କୋରୋନା ନେଲା ଆଉ ୪ ଜୀବନ, ଭଦ୍ରକରେ କୋରୋନାରେ ପ୍ରଥମ ମୃତ୍ୟୁ, ଗଞ୍ଜାମରେ କୋରୋନାରେ ୩ ଜଣଙ୍କ ମୃତ୍ୟୁ, ଗଞ୍ଜାମରେ କୋରୋନା ମୃତ୍ୟୁ ସଂଖ୍ୟା...

Recent Comments

%d bloggers like this: