Friday, March 29, 2024

Top 5 This Week

Related Posts

ଗୋ-ସୁରକ୍ଷା ଓ ଗୋ-ଆଧାରିତ ଜୀବିକା ଉପରେ ତାଲିମ ଶିବିର ଅନୁଷ୍ଠିତ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, ତା (୦୪/୦୭) : ବୌଦ୍ଧ ଜିଲ୍ଲା ମଥୁରା ପଞ୍ଚାୟତ ସଭା ଗୃହରେ ଗୋ-ସୁରକ୍ଷା ଓ ପଞ୍ଚଗବ୍ୟ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ନିମନ୍ତେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି l

ଏହି ଅବସରରେ ଏକ ବୈଠକ ଦନ୍ତାପାଳି ମାହେଶ୍ୱରୀ ଗୋ-ଶାଳା ଓ ଜରା ଆଶ୍ରମ ର ଅଧ୍ୟକ୍ଷ ନିର୍ଗୁଣ ମହାକୁଡ଼ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲେ l ମଥୁରା ପଞ୍ଚାୟତ ର ସରପଞ୍ଚ ପ୍ରଦୀପ କୁମାର କହଁର ମୁଖ୍ୟ ଅତିଥି ଭାବେ ଗୋ-ସୁରକ୍ଷା ଓ ଗୋ-ଆଧାରିତ ଜୀବିକା ଉପରେ ତାଲିମ ଶିବିରକୁ ଉଦଘାଟନ କରିଥିଲେ l

ସମ୍ମାନିତ ଅତିଥି ଭାବେ ବ୍ଲକ ମସ୍ୟ ଅଧିକାରୀ ରାକେଶ ସ୍ୱାଇଁ, କୃଷି ଗ୍ରାମ ସେବିକା ବୀଣାପାଣି ସାହୁ, ମଥୁରା ପଞ୍ଚାୟତ ଏମ ମ୍ବି କେ ଖୁଲଣା ପ୍ରଧାନ ଯୋଗଦେଇ ମାଛ ଖାଦ୍ୟ ପାଇଁ ଗୋବର ନିତ୍ୟାନ୍ତ ଦରକାର ଓ ଜୈବିକ ଚାଷ ନିମନ୍ତେ ଗୋବର ଓ ଗୋ-ମୂତ୍ର ଦରକାର ଥିବାର ଅତିଥି ମନେ ବକ୍ତବ୍ୟ ଦେଇଥିଲେ l ଗୋ-ମାତା ସାରା ବିଶ୍ୱ ର ଅନ୍ନ ଦାତ୍ରୀ ବୋଲି ମୁଖ୍ୟ ପ୍ରଶିକ୍ଷିକା ତଥା ଭୂମିଶ୍ରୀ କୃଷକ ଉତ୍ପାଦକ କମ୍ପାନୀ ର ନିର୍ଦ୍ଦେଶିକା ତାରାକାନ୍ତି ପଟେଲ ଯୋଗଦେଇ ପଞ୍ଚ ଗଵ୍ୟରୁ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତି କରି ତାଲିମ ପ୍ରଦାନ କରିଥିଲେ l

ମଥୁରା ପଞ୍ଚାୟତ ର ୨୩ ଗୋଟି ମହିଳା ଗୋଷ୍ଠୀ ର ସଭାପତି ଓ ସମ୍ପାଦିକା, ସିଆରପି, ଏମ୍ବିକେ ତାଲିମ ନେଇଥିଲେ l ଗ୍ରାମ ପଞ୍ଚାୟତ ସଭା ଗୃହରେ ଏକ ଦ୍ୱିତୀୟ ଅଧିବେଶନ ସରପଞ୍ଚ ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା l ମଥୁରାରେ ଧନୁଯାତ୍ରା ମହାତ୍ସବ ଆୟୋଜନ, ବୃନ୍ଦାବନରେ ଆମାଗାଁ ହାଟ ସ୍ଥାପନ ମଥୁରା ଛକରେ ଆମ ଗାଁ ଦୋକାନ ସ୍ଥାପନ, ଖଜୁରୀପଡାରେ ଆମ ଗାଁ ହୋଟେଲ ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମ କୁ ସଫଳ ପାଇଁ ମାହେଶ୍ୱରୀ ଗୋ-ଶାଳା ଓ ଗ୍ରାମ୍ୟ ବିକାଶ ପରିଷଦ ର ସମ୍ପାଦକ କୃତ୍ତିବାସ ପଲିଆ ପରିଚାଳନା କରିଥିଲେ l

Popular Articles