ତରଭା ମାରୱାଡି ଧର୍ମଶାଳା ଠାରେ ମାଁ ମାହେଶ୍ୱରୀ ପକ୍ଷରୁ ମାଗଣା ମେଗା ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ

0
142
ତରଭା ମାରୱାଡି ଧର୍ମଶାଳା

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୪/୭) : ସୁବର୍ଣ୍ଣପୁର ଜିଲ୍ଲା ତରଭା ମାରୱାଡି ଧର୍ମଶାଳା ଠାରେ ଏକ ମାଗଣା ମେଗା ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି lWhatsApp Image 2022 07 04 at 7.51.13 PM ତରଭା ମାରୱାଡି ଧର୍ମଶାଳା ଠାରେ ମାଁ ମାହେଶ୍ୱରୀ ପକ୍ଷରୁ ମାଗଣା ମେଗା ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ

ମାଁ ମାହେଶ୍ୱରୀ ସ୍ୱେଚ୍ଛାସେବୀ ସଂଗଠନ ସୁବର୍ଣ୍ଣପୁର ଜିଲ୍ଲା ଶାଖା ଓ ବିକାଶ ମଲ୍ଟି ସ୍ପେଶାଲିଟି ହସ୍ପିଟାଲ ର ମିଳିତ ସହଯୋଗରେ ତରଭା ମାରୱାଡି ଧର୍ମଶାଳା ଠାରେ ଆୟୋଜିତ ଏହି ମାଗଣା ମେଗା ସ୍ୱାସ୍ଥ୍ୟ ଶିବିର କୁ ଆଜି ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଜଗନ୍ନାଥ ଙ୍କ ଠାରେ ପୂଜା ଅର୍ପଣ ସହ ଶୁଭ ଉଦଘାଟନ କରି ମାଁ ମାହେଶ୍ୱରୀ ସଂଗଠନ ଓ ବିକାଶ ହସ୍ପିଟାଲ ର ଏଭଳି ଆୟୋଜନ, ଉଦ୍ୟମ, ସ୍ୱାସ୍ଥ୍ୟ, ପରିମଳ, ରକ୍ତଦାନ ଓ କୋଭିଡ ସଙ୍କଟ ବେଳେ ଦୁସ୍ଥ ନିଃସହାୟ ଲୋକଙ୍କ ସେବା ଭଳି ସମସ୍ତ ସେବା କାର୍ଯ୍ୟ କୁ ପ୍ରଶଂସା କରିଥିଲେ l

ଏଇ କ୍ୟାମ୍ପ ମାଧ୍ୟମରେ ଗରିବ ସାଧାରଣ ଲୋକେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କୁ ଭଲ ଭାବେ ବୁଝିବା ସହିତ ତାର ଲାଭ ମଧ୍ୟ ଉଠାଇ ପାରିବେ ବୋଲି ମତ ରଖି ଆୟୋଜକ ଓ ଶିବିର କୁ ସହଯୋଗ କରିଥିବା ସମସ୍ତ ବୁଦ୍ଧିଜୀବୀ, ମିଡ଼ିଆ, ସ୍ୱେଚ୍ଛାସେବୀ ସଂଗଠନ ର ମଙ୍ଗଳ କାମନା କରିଥିଲେ l

ସମ୍ମାନିତ ଅତିଥି ଭାବେ ସୋନପୁର ଉପ ଜିଲ୍ଲାପାଳ ଡ଼. ଈପସିତା ମିଶ୍ର, ବ୍ଲକ ଅଧ୍ୟକ୍ଷ ସରୋଜ କମ୍ପ, ଏନ ଏ ସି ର ଅଧ୍ୟକ୍ଷl ବନ୍ଦିତା ନାଏକ, ଉପାଧ୍ୟକ୍ଷ ଗଗନ ଆଗ୍ରୱାଲା, ଆଇଆଇସି ସୁବ୍ରତ ପାଣିଗ୍ରାହୀ, SI ଯଯାତି ସାହୁ ଅଧ୍ୟାପିକା ମିନତୀ ମିଶ୍ର, ତରଭା ମେଡିକାଲ ଅଫିସର, ତହସିଲଦାର, ପ୍ରାକ୍ତନ ଅଧ୍ୟକ୍ଷ ଶୈଳେନ୍ଦ୍ର ସାହୁ, ବରିଷ୍ଠ ନାଗରିକ ହରିବନ୍ଧୁ ପାଣିଗ୍ରାହୀ, ଜୟ ପ୍ରକାଶ ସାହୁ, ଏନ ଏ ସି ଅଧିକାରୀ ସୂର୍ଯ୍ୟାମଣି ଭୋଇ, ମାରୱାଡି ଯୁବା ମଞ୍ଚ ଅଧ୍ୟକ୍ଷ ପିୟୁଷ ଅଗ୍ରୱାଲl, ମାହେଶ୍ୱରୀ ସଂଗଠନ ସଭାପତି ଅଙ୍କୁଶ ପାଣ୍ଡିଆ, ଉପଦେଷ୍ଟା ବ୍ୟାସଦେବ ନନ୍ଦ, ଲୋଟଶ ଷଡ଼ଙ୍ଗୀ, ଦୀନେଶ ଶର୍ମା, ଡ଼. ଲଳିତ ସାହୁ, ମାହେଶ୍ୱରୀ ର ତରଭା ଶାଖା ସଭାପତି ପ୍ରଦୀପ ମେହେର, ଆକବର ଅଲ୍ଲୀ, ଯୋଗ ଦେଇ ଏଭଳି ଶିବିର ଓ ସେବା କାର୍ଯ୍ୟ କୁ ଆହୁରି ବ୍ୟାପକ କରିବାକୁ ଉତ୍ସାହିତ କରି ସମସ୍ତ ସହଯୋଗ ଯୋଗାଇ ଦେବାକୁ ପ୍ରତିଶୁତି ଦେଇଥିଲେ l

ବିକାଶ ମେଡିକାଲ ବରଗଡ଼ ର ସମସ୍ତ ଅଭିଜ୍ଞ ଡାକ୍ତର ବିମୋୟ ଷଡ଼ଙ୍ଗୀ, ବୀରେନ୍ଦ୍ର ଗର୍ତିଆ, ରବି ଜେନ, ଶୋଭନ ହୋତା, ଅଭିନାଶ ନାଏକ, ଗୌତମ ଭି. ଓ ଡା. ରାଜେନ୍ଦ୍ର ଷଡ଼ଙ୍ଗୀ ୧୫୦୦ ରୁ ଊର୍ଧ୍ୱ ରୋଗୀ ଙ୍କୁ ଚିକତ୍ସା ଓ ମାଗଣା ଔଷଧ ପ୍ରଦାନ କରିଥିଲେ l