Related Contents

ରାଜ୍ୟସଭା ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ ଅଶ୍ୱିନୀ, ଅମର ଓ ସସ୍ମିତ

ଭୁବନେଶ୍ୱର(ଓଡ଼ିଶା ନ୍ୟୁଜ୨୪): ରାଜ୍ୟସଭା ଉପନିର୍ବାଚନ ପାଇଁ ଆଜି ଓଡ଼ିଶାରୁ ବିଜେପି ପକ୍ଷରୁ ପୂର୍ବତନ ଆଇଏଏସ୍ ଅଫିସର ଅଶ୍ୱିନୀ ବୈଷ୍ଣବ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ବିଜେଡି ପକ୍ଷରୁ ପୂର୍ବତନ ଏଜି ଅମର ପଟ୍ଟନାୟକ ଓ ମୁଖପାତ୍ର ସସ୍ମିତ ପାତ୍ର ନାମାଙ୍କନ ଦାଖଲ କରିଛନ୍ତି ।

ବିଧାନସଭାର ସ୍ୱତନ୍ତ୍ର ପ୍ରକୋଷ୍ଠରେ ରିଟର୍ଣ୍ଣିଂ ଅଫିସର ବିଷ୍ଣୁପ୍ରସାଦ ମିଶ୍ରଙ୍କ ନିକଟରେ ସେମାନେ ନାମାଙ୍କନପତ୍ର ଦାଖଲ କରିଥିଲେ । ବିଜେଡିର ରାଜ୍ୟସଭା ପ୍ରାର୍ଥୀ ଅମର ପଟ୍ଟନାୟକ ଓ ସସ୍ମିତ ପାତ୍ର ନାମାଙ୍କନ ପତ୍ର ଦାଖଲ କଲା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଥିଲେ । ସେହିପରି ଅଶ୍ୱିନୀ ନାମାଙ୍କନ ପତ୍ର ଦାଖଲ କଲା ବେଳେ ବିଜେପି ବିଧାୟକଙ୍କ ସହିତ ବହୁ ବିଜେଡି ନେତା ଉପସ୍ଥିତ ଥିଲେ । ସୂଚନା ଅନୁସାରେ ୨୦୨୪ରେ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ କାର୍ଯ୍ୟକାଳ ସରୁଥିବା ବେଳେ ତାଙ୍କରି ସିଟ୍‌କୁ ଦଳ ଅଶ୍ୱିନୀଙ୍କ ପାଇଁ ଛାଡ଼ିଛି । ଅଚ୍ୟୁତ ସାମନ୍ତଙ୍କ ସିଟ୍‌କୁ ଦଳ ଅମର ପଟ୍ଟନାୟକଙ୍କୁ ଦେଇଛି । ସେହିପରି ପ୍ରତାପ ଦେବଙ୍କ ସିଟ୍‌କୁ ଦଳ ସସ୍ମିତଙ୍କୁ ଦେଇଛି । ସେ ୩ ବର୍ଷ ପାଇଁ ରାଜ୍ୟସଭାକୁ ଯିବେ। ସୌମ୍ୟରଞ୍ଜନ ପଟ୍ଟନାୟକ ଓ ପ୍ରତାପ ଦେବ ବିଧାନସଭା ନିର୍ବାଚନ ଜିତିବା ପରେ ସେମାନଙ୍କ ଆସନ ଖାଲି ପଡ଼ିଛି । ସେହିପରି ଅଚ୍ୟୁତ ଲୋକସଭାକୁ ନିର୍ବାଚିତ ହେବା ପରେ ତାଙ୍କ ସିଟ୍ ଖାଲି ପଡ଼ିଛି।

Comments are closed.