Related Contents

ବିଧାୟକ ସରୋଜ ମେହେର ଶେଷରେ ଗଲେ ଜେଲ

ରିପୋର୍ଟ-ଭୋଜରାଜ ବରିହା
ପାଟଣାଗଡ଼(୨୪/୦୬): ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଦବଙ୍ଗ ବିଧାୟକ ସରୋଜ ମେହେର । ଜେଇଙ୍କୁ ସର୍ବସମ୍ମୁଖରେ ଉଠବସ ଘଟଣାକୁ ନେଇ ବିଧାୟକଙ୍କୁ ଆଜି ଗିରଫ କରିଥିଲା ପାଟଣାଗଡ଼ ପୋଲିସ୍ । ଗିରଫକଲାପରେ ବିଧାୟକ ସରୋଜ ମେହେରଙ୍କୁ ଏଡିଜେ ପାଟଣାଗଡ଼ କୋର୍ଟକୁ ନିଆଯାଇଥିଲା ।

ସେଠାରେ ଏଡ଼ିଜେକୁ ଜାମିନ ପାଇଁ ଆବେଦନ କରିଥିଲେ ବିଧାୟକ ସରୋଜ ମେହେର କିନ୍ତୁ ତାଙ୍କ ଜାମିନ୍ ଆବେଦନକୁ ଖାରଜ କରିଛନ୍ତି ଏଡିଜେ । ଜେଇଙ୍କୁ ଉଠବସ ଘଟଣାରେ ପାଟଣାଗଡ ବିଧାୟକ ସରୋଜ ମେହେରଙ୍କୁ ଆଜି ସକାଳୁ ଅଟକ ରଖାଯାଇଥିଲା । ଗତକାଲି ରାତିରେ ସରୋଜଙ୍କୁ ନୂଆପଡାରୁ ବଲାଙ୍ଗୀର ଆଣିଥିଲା ବଲାଙ୍ଗୀର ପୋଲିସ । ପଚରାଉଚରା ପରେ ବିଧାୟକଙ୍କୁ ପାଟଣାଗଡ ଥାନା ଅଣାଯାଇଥିଲା । ପାଟଣାଗଡ ଥାନାରେ ବଲାଙ୍ଗୀର ଏସପିଙ୍କ ସହ ପହଞ୍ଚିଥିଲେ ବିଧାୟକ । ଥାନାରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ସୂଚନାଯୋଗ୍ୟ ଜୁନ୍ ୫ତାରିଖରେ ରାସ୍ତା ଉପରେ ସର୍ବସମ୍ମୁଖରେ ଜେଇଙ୍କୁ ଉଠବସ୍ କରାଇଥିଲେ ସରୋଜ । ରାସ୍ତା କାମର ଦାୟିତ୍ୱରେ ଥିବା ସହକାରୀ ଯନ୍ତ୍ରୀଙ୍କୁ ଉଠବସ୍ କରାଇଥିଲେ । ସୋସିଆଲ ମିଡିଆରେ ଏହି ଭିଡିଓଟି ଭାଇରାଲ ହେବା ପରେ ବିଭିନ୍ନ ମହଲରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ଏହା ପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ । ବିବାଦ ବଢ଼ିବା ପରେ କ୍ଷମା ମାଗିଥିଲେ ସରୋଜ, ହେଲେ ଜୁନ୍ ୬ରେ ଜେଇଙ୍କ ପତ୍ନୀ ଥାନାରେ ମାମଲା ରୁଜୁ କରିଥିଲେ । ସେପଟେ କନିଷ୍ଠ ଯନ୍ତ୍ରୀ ଜଣକ ଆଦିବାସୀ ସମ୍ପ୍ରଦାୟର ହୋଇଥିବାରୁ ବିଧାୟକଙ୍କ କାର୍ଯ୍ୟକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଥିଲେ ବିଭିନ୍ନ ଆଦିବାସୀ ସଂଗଠନ । ଏବଂ ସରୋଜଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଥିଲେ ।

Comments are closed.