Related Contents

ସରକାରୀ ଶିକ୍ଷକଙ୍କ ଦ୍ଵାରା ଚାଲୁଛି ଘରୋଇ କୋଚିଙ୍ଗ ସେଣ୍ଟର

ରିପୋର୍ଟ – ଜଗନ କୁମାର ସେଠୀ
ଗଞ୍ଜାମ (୨୪/୦୬): ବେଗୁନିଆପଡା ବ୍ଲକ ଅନ୍ତର୍ଗତ ସୁମଣ୍ଡଳ,ବେଗୁନିଆପଡା ସମେତ କୋଦଳା ଏନ୍ଏସି ଆଦି ସ୍ଥାନରେ ବେଆଇନ ଭାବରେ ମାଳମାଳ କୋଚିଂ ସେଣ୍ଟର ମାନ ଖୋଲାଯାଇଛି । ତତ୍ ସହିତ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ କୌଣସି ପ୍ରକାର ଧ୍ୟାନ ନ ଦେଇ ସରକାରୀ ନିୟମର ଖୋଲା ଉଲଂଘନ ଦେଖିବାକୁ ମିଳୁଛି ।

ସବୁଠାରୁ ବଡ଼ କଥା ହେଲା ଯେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଚିଠି ନଂ-୧୧୯୮୦ ତା-୦୩/୦୪/୨୦୧୭ରେ ସରକାରୀ ଶିକ୍ଷକ ଓ ଅଧ୍ୟାପକ କୌଣସି କୋଚିଙ୍ଗ ସେଣ୍ଟରରେ ପାଠ ପଢ଼ାଇପାରିବେ ନାହିଁ ବୋଲି ଯେଉଁ ନୀତି ନିୟମ କରାଯାଇଥିଲା ତାହାର ଖୋଲା ଉଲଂଘନ ଦେଖାଯାଉଛି ।ଏହି ସରକାରୀ ଶିକ୍ଷକମାନେ ସରକାରଙ୍କ ତରଫରୁ ମୋଟା ଅଙ୍କର ଦରମା ପାଇ ମଧ୍ୟ କୋଚିଙ୍ଗ ସେଣ୍ଟରମାନ ଖୋଲି ପିଲାମାନଙ୍କୁ କୋଚିଙ୍ଗ ସେଣ୍ଟର ଆସିବାକୁ ବାଧ୍ୟ କରୁଛନ୍ତି ଯାହାକି ଅଭିଭାବକ ମାନଙ୍କ ଠାରୁ ଶୁଣିବାକୁ ମିଳୁଛି । ଫଳରେ ଛାତ୍ରଛାତ୍ରୀମାନେ ଏକରକମ ଟଙ୍କା ଦେଇ କୋଚିଂ ସେଣ୍ଟର ଯିବାକୁ ବାଧ୍ୟ ହେଉଛନ୍ତି । ଉପରିସ୍ଥ ଅଧିକାରୀମାନଙ୍କ ଠାରୁ ବ୍ଲକ ପ୍ରଶାସକଙ୍କୁ ବାରମ୍ବାର ଏ ସଂକ୍ରାନ୍ତରେ ଚିଠି ଆସିଲେ ମଧ୍ୟ ବ୍ଲକ ଅଧିକାରୀ ମାନେ ହାତଗୁଞ୍ଜା ନେଇ ଚୁପ ହୋଇ ବସିବା ସରକାରଙ୍କ ଅପାରଗତାକୁ ଦର୍ଶାଉଛନ୍ତି । ଅଭିଭାବକଙ୍କ କହିବା ମୁତାବକ ଶିକ୍ଷକମାନେ କୋଚିଙ୍ଗ ସେଣ୍ଟରରେ ପାଠ ପଢ଼ାଇବା ଫଳରେ ବିଦ୍ୟାଳୟରେ ଉପଯୁକ୍ତ ଶିକ୍ଷାଦାନ ଦେଉନାହାନ୍ତି । ଯାହାଫଳରେ କି ବିଦ୍ୟାଳୟର ପାସହାର କମ ହେଉଛି । ଯାହାକି ଚଳିତବର୍ଷ ପରୀକ୍ଷା ଫଳରୁ ସ୍ପଷ୍ଟ ଭାବେ ବାରି ହୋଇପଡୁଛି । ତେଣୁ ଏହାର ବିଦ୍ଧିବଦ୍ଧ ତଦନ୍ତ କରାଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ବିଦ୍ୟାଳୟରେ ଉପଯୁକ୍ତ ଶିକ୍ଷାଦାନ ହୋଇପାରିବ ବୋଲି ଅଭିଭାବକ ମହଲରେ ମତ ପ୍ରକାଶ ପାଇଛି ।

Comments are closed.