Friday, March 29, 2024

Top 5 This Week

Related Posts

ରାଗିଂକୁ ନେଇ ସାଂଘାତିକ ଅଭିଯୋଗ ଆଣିଲେ ଅଲିମ୍ପିଆଡ ଦୂତୀ ଚାନ୍ଦ

ରିପୋର୍ଟ : ରାମନାଥ ଗନ୍ତାୟତ
ଭୁବନେଶ୍ୱର, (୦୪/୦୭) : ରାଗିଂକୁ ନେଇ ସାଂଘାତିକ ଅଭିଯୋଗ ଆଣିଛନ୍ତି ଅଲିମ୍ପିଆନ ଦୂତୀ ଚାନ୍ଦ । ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଲେଖିଛନ୍ତି, ତାଙ୍କ ଅଙ୍ଗେ ନିଭାଇଥିବା କଥା ।

ରାଗିଂକୁ ନେଇ ସେ କହିଛନ୍ତି, ମୋ ସମୟରେ ବି ସ୍ପୋଟର୍ସ ହଷ୍ଟେଲରେ ରାଗିଂ ହେଉଥିଲା । ସିନିୟରମାନେ ରୁମକୁ ଡାକି କି ବଡି ମସାଜ କରାଉଥିଲେ । ନିଜର ସବୁ ଡ୍ରେସ ଧୋଇ ସଫା ବି କରିବା ପାଇଁ କହୁଥିଲେ । ଦୀର୍ଘ ୩ ବର୍ଷ ଧରି ନିଜେ ଏହି ସିନିୟର ମାନଙ୍କ ଦ୍ୱାରା ରାଗିଂ ର ଶିକାର ହୋଇଛନ୍ତି । ଜୁନିୟର ବୋଲି ସିନିୟରମାନେ ତାଙ୍କୁ ନିର୍ଯାତନା ଦେଉଥିଲେ । କିନ୍ତୁ କାହାକୁ ବି ମନର କଥା କହି ହୁଏନି ।

ଗତକାଲି ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା କରିବା ପରେ ରହସ୍ୟ ବଢୁଛି, ହଷ୍ଟେଲରେ ଚାଲିଥିବା ରାଗିଂ କୁ ନେଇ ଗୁମର ଧିରେ ଧିରେ ଖୋଲୁଛି । ଗତକାଲି ହଷ୍ଟେଲ ର ଜଣେ ଅନ୍ତଃବାସୀ ଫୋନ ଯୋଗେ ହଷ୍ଟେଲରେ ଚାଲିଥିବା ସିନିୟରଙ୍କ ରାଗିଂ ଏବଂ ସୁପରିଟେଣ୍ଡେଣ୍ଟଙ୍କ ବାବଦରେ କହିଥିବା ବେଳେ ଆଜି ଦୂତୀ ଚାନ୍ଦ ରାଗିଂ କୁ ନେଇ ସାଂଘାତିକ୍ ଅଭିଯୋଗ ଆଣିଛନ୍ତି ।

Popular Articles