Related Contents

ଆଇନ ହାତରେ ଧରାପଡ଼ିଲେ ପାଟଣାଗଡ଼ ବିଧାୟକ ସରୋଜ ମେହେର, ଏସପିଙ୍କ ମାରାଥନ ଜେରା

ବଲାଙ୍ଗୀର (୨୪/୦୬): ଶେଷରେ ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ନିକଟରେ ପହଞ୍ଚିଛି ଆଇନ୍ । ପୂର୍ତ୍ତବିଭାଗର କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ଉଠ୍‌ବସ୍ କରିବା ଘଟଣାରେ ଆଜି ତାଙ୍କୁ ପାଟଣାଗଡ଼ ପୁଲିସ୍ ଗିରଫ କରିଛି ।

ଗିରଫ କରାଯିବା ପରେ ତାଙ୍କୁ ଏଡିଜେଙ୍କ କୋର୍ଟରେ ହାଜର କରିବାକୁ ନିଆଯାଉଛି । ସୁଚନା ଅନୁଯାୟୀ, ଆଜି ସକାଳେ ପୁଲିସ୍ ତାଙ୍କୁ ନୂଆପଡ଼ାରୁ ବଲାଙ୍ଗିର ଆଣିଥିଲା । ନୂଆପଡ଼ାରେ ସେ ଏକ ହୋଟେଲରେ ଥିଲେ । ପୁଲିସ୍ ତାଙ୍କୁ ବଲାଙ୍ଗିର ନିକଟସ୍ଥ ମନୋହରପୁର ରିଜର୍ଭ ପୋଲିସ ବାରାକ ରଖି ମାରାଥନ ଜେରା କରିଥିଲା । ଏସ୍‌ପି ଏସ୍. ଶିବା ସୁବ୍ରମଣି ମଧ୍ୟ ନିଜେ ତାଙ୍କୁ ଜେରା କରିଥିଲେ ବୋଲି ଜଣାପଡିଛି । ଏହା ପରେ ଏକ ଘରୋଇ ଗାଡ଼ି ଯୋଗେ ତାଙ୍କୁ ପାଟଣାଗଡ଼ ଥାନା ଅଣାଯାଇଥିଲା । ସେଠାରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଏହି ସମୟରେ ଥାନାରେ ଏସ୍‌ପି ବି ଉପସ୍ଥିତ ଥିଲେ ।

Comments are closed.