Related Contents

ଉନ୍ନତ ପଦ୍ଧତିରେ ଚାଷ ପାଇଁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ରିପୋର୍ଟ: କପିଳେନ୍ଦ୍ରଦେବ ସାମନ୍ତରାୟ
ଲମତାପୁଟ (୨୩/୦୬): ଉନ୍ନତ ପଦ୍ଧତିରେ ଚାରା ସୃଷ୍ଟି କରି ଚାଷ କରିବା ପାଇଁ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଡାବୁଗୁଡା ପଞ୍ଚାୟତର ସିଲପଡା,କଡ୍ରି ଓ ଗତନପୁଟର ୧୫୦ଜଣ ଚାଷୀଙ୍କୁ ନେଇ ବୈଜ୍ଞାନିକ ଓ ଯୗବିକ ପଦ୍ଧତିରେ ତଳି ଘର ତିଆରି କରି ଘର ଭିତରେ ଚାରା ସୃଷ୍ଟି କରି ଚାଷ କରିବା ପାଇଁ ପ୍ରବର୍ତ୍ତାଇ ଥିଲେ ।

କାରଣ ଚାରା ତିଆରି ପାଇଁ ତଳି ଘର ମଧ୍ୟରେ ପକାଇ ଯୋଗୁଁ କୋୖଣସି ରୋଗ ପୋକ ଲାଗି ନଥାଏ କିମ୍ବା ବର୍ଷା ଯୋଗୁଁ ଚାରାର କୈାଣସି କ୍ଷୟକ୍ଷତି ହୋଇନଥାଏ । ବର୍ତମାନ ଏହି ଅଞ୍ଚଳରେ ବର୍ଷା ଦିନିଆ ଚାଷ ପାଇଁ କଳା ମରିଚକୁ ମୁଖ୍ୟ ଚାଷ ରୁପେ ଚୟନ କରାଯାଇଛି | ଏଥିପାଇଁ ଅଞ୍ଚଳର ଦେଶି ବିହନ ହିଁ ବ୍ୟବହୃତ କରାଯାଇଛି । ଏଥିପାଇଁ ୭ଟି ବ୍ଲକର ସ୍ଵେଚ୍ଛାସେବୀ ଅନୁଷ୍ଠାନ ତତ୍ପର ହୋଇ ଉଠିଛନ୍ତି । ବରିଗୁମା ହର୍ଶାଟ୍ରଷ୍ଟ,,କୁନ୍ଦ୍ରା ହର୍ଶାଟ୍ରଷ୍ଟ, ବୈପାରିଗୁଡା CYSD ଦସମନ୍ତପୁର CYSD ପଟାଙ୍ଗି ଏଫ୍ଇଏସ୍ ସିମିଳିଗୁଡା ଏଫ୍ଇଏସ୍ ଓ ଲମତାପୁଟର ପ୍ରଦାନ ସ୍ଵେଚ୍ଛାସେବୀ ଅନୁଷ୍ଠାନ ବର୍ତ୍ତମାନ ୭ଟି ବ୍ଲକ ରେ କିଛି କିଛି ପଞ୍ଚାୟତର କେତେକ ଗ୍ରାମକୁ ନେଇ ଗୋଟାଏ ଗୋଟାଏ ଚାଷ ଉତ୍ପାଦକ ଗୋଷ୍ଠୀ ଗଠନ କରି ସମସ୍ତ ଚାଷୀ ମାନଙ୍କୁ ବୈଜ୍ଞାନିକ ପଦ୍ଧତିରେ ଚାଷ ଓ କୈାଣସି ରାସାୟନିକ ସାର ବଦଳରେ ଯୈବିକ ସାର ପ୍ରୟୋଗ କରିବା ସହ ଗୃପ ମାଧ୍ୟମରେ ଚାଷ କରିବା ପାଇଁ ସଚେତନତା ସୃଷ୍ଟି କରୁଛନ୍ତି । ଏହି କାର୍ଯ୍ୟକ୍ରମ ରେ ଲମତାପୁଟ ବ୍ଲକରେ କାର୍ଯ୍ୟ କରୁଥିବା ସ୍ବେଚ୍ଛାସେବୀ ଅନୁଷ୍ଠାନ ପ୍ରଦାନ ସମସ୍ତ ପ୍ରକାର ସହଯୋଗ କରିଥିଲେ |

Comments are closed.