ମୁରିବାହାଲ ରଥଯାତ୍ରା ପାଇଁ ପୂର୍ବ ପ୍ରସ୍ତୁତି

ରିପୋର୍ଟ: ଭଗବାନ ମହାନ୍ତି/ନିମାଇଁ ଚରଣ ବଘାର
ମୁରିବାହାଲ(୨୩/୦୬): ମୁରିବାହାଲ ସଦର ମହକୁମା ରେ ଜୁଲାଇ ୪ତାରିଖ ହେବାକୁ ଥିବା ରଥଯାତ୍ରା ନେଇ ସବୁଠି ବ୍ୟାପକ ପ୍ରସ୍ତୁତି ଚାଲିଛି |

ମୁରିବାହାଲ ବ୍ଲକ ର ଗାଁ ମାନଙ୍କରେ ମଧ୍ୟ ଆରମ୍ଭ ହେଲାଣି ରଥ ସଜଡା | ଅନେକ ସ୍ଥାନରେ ନୂଆ କାଠ ଆଣି ଯୁଦ୍ଧ କାଳୀନ ଭିତ୍ତିରେ ରଥ ନିର୍ମାଣ ଚାଲିଛି | କେତେକ ସ୍ଥାନରେ ପୁରୁଣା ରଥକୁ ସଜାଡିବାରେ ଲୋକେ ବ୍ୟସ୍ତ | ରଥ ସଜଡା ଗାଁ ମାନଙ୍କରେ ଲୋକମାନେ ଉତ୍ସାହର ସହିତ ମିଶି ସାହାଯ୍ୟ କରୁଛନ୍ତି | ଏଥିରୁ ରଥଯାତ୍ରା ପ୍ରତି ଲୋକଙ୍କ ଆଗ୍ରହ ସ୍ପଷ୍ଟ ବାରି ହୋଇପଡୁଛି |

Comments are closed.