Related Contents

ଏମଭି ୭୯ ମୁଖ୍ୟ ରାସ୍ତା ପାଲଟିଛି ଡମ୍ପିଂଗ ୟାର୍ଡ଼, ପରିବେଶ ଦୂଷିତ-ଲୋକେ ହଇରାଣ

ରିପୋର୍ଟ: ନୟମି ଖରା
ପଡିଆ (୨୨/୦୬): ଏମ.ଭି ୭୯ର ମୁଖ୍ୟ ଛକରୁ ମେଡିକାଲ, ସ୍କୁଲ, ଉଚ୍ଚବିଦ୍ୟାଳୟ, ସରସ୍ଵତୀ ଶିଶୁମନ୍ଦିର ଯିବା ମୁଖ୍ୟ ରାସ୍ତା ଯେମିତି ପିଲାଟି ଯାଇଛି ଡମ୍ପିଂଗ ୟାର୍ଡ଼ ଏହି ଅଂଚଳରେ ଗଦା ଗଦା ଅଳିଆ ଆବର୍ଜନା ଜମା ରହି ପରିବେଶ ଦୂଷିତ ହେବା ସହ ଉକ୍ତ ରାସ୍ତାରେ ଯିବା ଆସିବା କଷ୍ଟକର ବେପାର ହୋଇପଡିଛି |

ଏମଭି ୭୯ମୁଖ୍ୟ ରାସ୍ତାରୁ ଆରମ୍ଭ ହେଉଛି ଲୋକଙ୍କ ଦୁର୍ଦ୍ଦଶା | ସାମାନ୍ୟ ବର୍ଷା ହେଲେ ଏହି ରାସ୍ତା ଅବସ୍ଥା ନ କହିବା ଭଲ | ରାସ୍ତାରେ ଡ୍ରେନେଜ ବ୍ୟବସ୍ଥା ନଥିବା ଲାଗି ବର୍ଷା ପାଣି ଘର ମଧ୍ୟ୍ୟକୁ ପ୍ରବେଶ କରୁଛି | ଯାହାଦ୍ୱାରା ରାସ୍ତାରେ ଜମା ରହିଥିବା ଓଳିଆ ଆବର୍ଜନା ଭାସି ଭାସି ଯାଇ ରାସ୍ତା ଅବରୋଧ କରୁଅଛି | ଏହାଦ୍ୱାରା ଘର ମଧ୍ୟ୍ୟକୁ ଖରାପ ପାଣି ପଶିଯାଏ | ସେଥିପାଇଁ ପାଇଁ ଲୋକ ମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୁଅନ୍ତି | ଏଠି ଏକ ସାପ୍ତାହିକ ବଜ଼ାର ମଧ୍ୟ୍ୟ ବସେ, ଏହି ହାଟର ବଳକା ଜିନିଷ ପତ୍ର ରାସ୍ତାରେ ପଡି ପଚିଶଢି ନଷ୍ଟ ହୋଇଥାଏ | ବର୍ଷା ହେଲେ ତାହା ପାଣିରେ ମିଶି ଦୁର୍ଗନ୍ଧ ବାହାରି ଥାଏ ତେଣୁ ଏହି ରାସ୍ତା ଦେଇ ଏହି ଅଞ୍ଚଳର ଜନସାଧାରଣ ଚଳ ପ୍ରଚଳନ କରିବା କଷ୍ଟକର ହୋଇପଡିଥାଏ |

ଏହି ସବୁ ଓଳିଆ ଆବର୍ଜନା ଯୋଗୁଁ ବହୁ ରୋଗ ମଧ୍ୟ୍ୟ ବ୍ୟାପେ ଓ ଗୃହପାଳିତ ପଶୁ ଗାଈ ଛେଳି ମେଣ୍ଢା ଇତ୍ୟାଦି ଏହି ଆବର୍ଜନାକୁ ଖାଇ ମୃତ୍ୟୁ ବରଣ ମଧ୍ୟ୍ୟ କରନ୍ତି | ଏଥି ପ୍ରତି ନା କୌଣସି ଗ୍ରାମପଞ୍ଚାୟତର ସରପଞ୍ଚ କିମ୍ବା ପଂଚାୟତ ସମ୍ପ୍ରସାରଣ ଅଧିକରୀ କିମ୍ବା ବ୍ଲକ କର୍ତ୍ତୃପକ୍ଷ ଦୃଷ୍ଟି ଦେଉନଥିବାର ଅଭିଯୋଗ ହେଉଛି | ବର୍ଷା ଆରମ୍ଭରୁ ଏଭଳି ପରିସ୍ଥିତି ଦେଖାଯାଉଅଛି | ଏଥି ପ୍ରତି ନଜର ଦେଇ ଏହି ସମସ୍ୟାର ସମାଧାନ ନିମନ୍ତେ ବୁଦ୍ଧିଜୀବି ମାନେ ଦାବି କରିଛନ୍ତି |

Comments are closed.