ମାଲକାନଗିରିରେ ସ୍ୱଚ୍ଛ ଓ ସବୁଜ କାର୍ଯ୍ୟକ୍ରମ ଅନୁଷ୍ଠିତ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଅସୀମ ବିଶ୍ୱାସ
ମାଲକାନଗିରି (୨୩ /୦୬): ମାଲକାନଗିରି ଜିଲ୍ଲା ସଦର ମହକୁମାରେ ଥିବା ସମସ୍ତ କୋର୍ଟ ପରିସରରେ ରବିବାର ଜିଲ୍ଲା ଜର୍ଜ ରୋହିତ ଲାଲ ପଣ୍ଡାଙ୍କ ନେତୃତ୍ୱରେ ସକାଳ ୮ଟା ସମୟରେ ସ୍ୱଚ୍ଛ ଓ ସବୁଜ କଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ଜିଲା ଜର୍ଜ ରୋହିତଲାଲ ପଣ୍ଡା, ରେଜିଷ୍ଟ୍ରର ହିମାଂଶୁ ଶେଖର ପଣ୍ଡା, ଜିଲା ଆଇନି ପ୍ରାଧିକରଣ ସଚିବ ଅମରେଶ ନାୟକ, ଉପଖଣ୍ଡିୟ ଦଣ୍ଡାଧିକାରୀ କୃଷ୍ଣଚନ୍ଦ୍ର ନାୟକ, ପ୍ରଥମ ଶ୍ରେଣୀୟ ଦଣ୍ଡାଧିକାରି (ମୋଟୁ) ଅସିତ କୁମାର ସିଂ, ଜିଲା ଓକିଲ ସଂଘ ସଭାପତି ନୃସିଂହ ଚରଣ ମହାନ୍ତି, କୋର୍ଟ ମେନେଜର ପ୍ରଣବ କୁମାର ପ୍ରଧାନ, ଜିଲା ଓକିଲ ସଂଘ ସମ୍ପାଦକ ଲମ୍ବୋଦର ତୁରୁକୁ ସମେତ ସମସ୍ତ କୋର୍ଟ କର୍ମଚାରୀ ଓ ଆଇନଜୀବୀ ଉପସ୍ଥିତ ରହି ନିଜେ ସମସ୍ତେ କୌର୍ଟ କାର୍ଯ୍ୟାଳୟକୁ ସଫାସୁତୁରା କରିବା ସହ ପରିସରକୁ ସଫା ସୂତରା କରିଥିଲେ । ଏଥିସହ ସବୁଜ ପରିବେଶ ରଖିବା ପାଇଁ କୋର୍ଟ ପରିସରରେ ଥିବା ବୃକ୍ଷ କୁ ଯତ୍ନ କରିବା ସହ ନୂତନ ଗଛ ଲଗାଯାଇଥିଲା । ଏହି ପରିପେକ୍ଷିରେ ଜିଲା ଜର୍ଜ କହିଛନ୍ତି ନିଜ ପରିବେଶକୁ ନିଜେ ସଫାସୁତୁରା ରଖି ପାରିଲେ ସ୍ୱଚ୍ଛ ଭାରତ ହୋଇପାରିବ । ତେଣୁ ଆମେ ଯେତେ ପାରିବା ନିଜ ପରିବେଶକୁ ସଫା ସୁତୁରା ନିଜେ କରିବା ଦରକାର । ତାଙ୍କର ଏଭଳି କାର୍ଯ୍ୟକ୍ରମ ଓ ଚିନ୍ତାଧାରାକୁ ଜିଲା ଓକିଲ ସଂଘ, କୋର୍ଟ କର୍ମଚାରୀ ଓ ସାଧାରଣରେ ପ୍ରସଂଶା କରାଯାଇଛି । ଏହି କଯ୍ୟକ୍ରମ ଜିଲା ଜର୍ଜ କଯ୍ୟାଳୟ, ଏଡିଯେ କଯ୍ୟାଳୟ ଓ ଏସଡିଯେଏମ କାର୍ଯ୍ୟାଳୟ ପରିସରରେ କରାଯାଇଥିଲା ।

Comments are closed.