Friday, March 29, 2024

Top 5 This Week

Related Posts

ପୋଲିସ ଦ୍ୱାରା ୪୮୦ କେଜି ଗଞ୍ଜେଇ ସହ ଟ୍ରକ ଯବତ ଜଣେ ଗିରଫ

ରିପୋର୍ଟ : ନରତ୍ତମ ପାଢୀ
ରାୟଗଡ଼ା, (୦୨/୦୭) : ରାୟଗଡ଼ା ଜିଲ୍ଲା ମୁନିଗୁଡା ପୋଲିସକୁ ମିଳିଛି ବଡ଼ ସଫଳତା, ପୋଲିସ ଦ୍ୱାରା ୪୮୦ କେଜି ଗଞ୍ଜେଇ ସହ ଟ୍ରକ ଯବତ କରି ଜଣକୁ ଗିରଫ କରିବାରେ ସଫଳ ହୋଇଛି ମୁନିଗୁଡା ପୋଲିସ l

କୋରାପୁଟ ଅଞ୍ଚଳରୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବିଶେଷ ସୁତ୍ରରୁ ଖବର ପାଇ ମୁନିଗୁଡା ଏସଡିପିଓ ଆକାଶ ଚନ୍ଦ୍ର ସାହୁଙ୍କ ନିର୍ଦ୍ଦେଶ କ୍ରମେ ଥାନା ଆଇଆଇସି ସୁଜ୍ଞାନୀ ସାହୁଙ୍କ ନେତୃତ୍ୱରେ ଏକ ପୋଲିସ ଟିମ ଗଠନ କରି ଏସଆଇ ନରସିଂହ ବେହେରା, କନେଷ୍ଟବଲ ଆର.ପି. ନାୟକ, ଏ. ମେଲେକା, ସୁବାଷ କଣ୍ଡାଗିରି ଓ ଏ.ଆର. ଶବର ପ୍ରମୁଖ ମୁନିଗୁଡାର ସମସ୍ତ ପ୍ରବେଶ ପଥକୁ ସିଲ କରି ସ୍ଥାନୀୟ ଖୋଲା ଜିମ ନିକଟରେ ଗାଡି ଗୁଡିକୁ ଯାଞ୍ଚ କରିବା ବେଳେ ସେହି ସମୟରେ ଦୃତ ଗତିରେ ଯିବାକୁ ଚେଷ୍ଟା କରୁଥିବା ଏକ ଟ୍ରକକୁ ସନ୍ଦେହ କରି ଅଟକାଇ ଥିଲେ l ପୋଲିସ ଦ୍ୱାରା ୪୮୦ କେଜି ଗଞ୍ଜେଇ ଜବତ l

ସେଥିରେ ଗଞ୍ଜେଇ ଥିବା ଜାଣିବା ପରେ ଟ୍ରକକୁ ଜବତ କରି ଥାନାକୁ ଆଣିଥିଲେ l ଥାନାରେ ଗଞ୍ଜେଇ ଓଜନ କରିବା ପରେ ୨୩ ଟି ବସ୍ତାରେ ୪୮୦ କେଜି ଗଞ୍ଜେଇ ଥିବା ଜଣାପଡିଥିଲା l ଏଥିସହ ଏଥିରେ ସମ୍ପୃକ୍ତ ଥିବା ଜଣେ ଗଞ୍ଜେଇ ମାଫିଆଙ୍କୁ ଧରିବାରେ ସଫଳ ହୋଇଛି ପୋଲିସ, ଉକ୍ତ ଗଞ୍ଜେଇ ମାଫିଆ ଜଣକ ହେଲେ ଭଦ୍ରକ ଅଞ୍ଚଳର ଗଜେନ୍ଦ୍ର ସିଂ ବୋଲି ଜଣାପଡିଛି l ତେବେ ଯବତ ଗଞ୍ଜେଇ ର ଆନୁମାନିକ ମୂଲ୍ୟ ୪୦ ଲକ୍ଷ ରୁ ଉର୍ଦ୍ଧ୍ୱ ହେବ ବୋଲି ଜଣାପଡିଛି ।

ଏହି ଗଞ୍ଜେଇ କୋରାପୁଟ ଜିଲ୍ଲା ନନ୍ଦପୁର ଅଞ୍ଚଳରୁ ଭଦ୍ରକ ଅଭିମୁଖେ ଯାଉଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି l ଏ ନେଇ ମୁନିଗୁଡା ଥାନାରେ ପୋଲିସ ଏମାନଙ୍କ ନାମରେ ୧୩୯/୨୨ ରେ ମାମଲା ରୁଜୁ କରି କୋର୍ଟକୁ ଚାଲାଣ କରିବା ସହ ଏଥିରେ ଆଉ କିଏ ସମୃକ୍ତ ଅଛି ଏହାର ଅଧିକ ତଦନ୍ତ ଯାରି ରଖିଥିବା ଜଣାପଡିଛି l

Popular Articles