Related Contents

ନିମ୍ନ ମାନର କାମ ସାମାନ୍ୟ ବର୍ଷାରେ ଭୁଶୁଡିପଡିଲା ଇଲେକ୍ଟ୍ରିପୋଲ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଅସୀମ ବିଶ୍ୱାସ
ମାଲକାନଗିରି-୨୨/୬: ମାଲକାନଗିରି ସଦର ମହକୁମା ଷ୍ଟାଡିୟମ ନିକଟରେ ନିର୍ମାଣ ଚାଲିଥିବା ବିଭିନ୍ନ ସରକାରୀ ଓ ବେସରକାରୀ ଗୃହ ନିର୍ମାଣ ଚାଲିଛି |

ଉକ୍ତ ସ୍ଥାନକୁ ବିଦୁତ୍ୟ ସଂଯୋଗ ପାଇଁ ଟ୍ରାନ୍ସଫର୍ମର ବସାଯାଇ ଖୁଣ୍ଟ ପୋତାହୋଇ ତାର ଟଣାଯାଇଛି | ହେଲେ ଏହି କାମ ଅତିନିମ୍ନ ମାନର କରାଯାଇଥିବା ଆଜି ସକାଳୁ ହୋଇଥିବା ସାମାନ୍ୟ ବର୍ଷାଯୋଗୁ ଦେଖିବାକୁ ମିଳିଛି | ଖୁଣ୍ଟ ଗୁଡିକ ଠିକ ଭାବେ ପୋତାଯାଇ ନଥିବାରୁ ବର୍ଷାରେ ମାଟି ହାଲକା ହୋଇ ଯିବାରୁ ତାହା ଉପୁଡି ପଡିଛି | ରେଣ୍ଟ ଚାର୍ଜ ହୋଇ ନ ଥିବାରୁ ଏକ ବଡ ଧରଣର ଦୁର୍ଘଟଣାରୁ ବର୍ତି ଯାଇଛନ୍ତି ସାଧାରଣ ଜନତା ଓ ଗୃହ ପାଳିତ ପଶୁ | ବିଭାଗ ପକ୍ଷରୁ ନିମ୍ନ ମାନର କାମ କରିଥିବା ଠିକାଦାର ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବୀ ହେଉଛି |

Comments are closed.