ନାଗାବଳୀ ଲୟନ୍ସ କ୍ଲବ ତରଫରୁ ଜଣେ ଅସହାୟା ମହିଳାଙ୍କ ପାଇଁ ଗୃହ ନିର୍ମାଣ – ଏକ ନିଆରା ପଦକ୍ଷେପ

0
182
ନାଗାବଳୀ ଲୟନ୍ସ କ୍ଲବ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୦୩/୦୭) : ରାୟଗଡ଼ା ହାତିପଥର ରୋଡ ରାଣୀଗୁଡା ଗ୍ରାମ ର ଜଣେ ବିଧବା ଅସହାୟ ମହିଳା ରାହାସ ପରିଛା ଯିଏ ଏକ ଭଙ୍ଗା ରୁଜା ପରିତ୍ୟକ୍ତ ଅବସ୍ଥାରେ ପଡି ରହିଥିବା ଘରେ ଖୋଲା ଆକାଶ ତଳେ ଜୀବନ କାଟୁଥିବା ବେଳେ ରାୟଗଡ଼ା ସ୍ଥିତ ନାଗାବଳୀ ଲୟନ୍ସ କ୍ଲବ ସହୃଦୟ ପୂର୍ବକ ଆଗେଇ ଆସି ସେ ଜାଗାରେ ଏକ ନୂତନ ଗୃହ ନିର୍ମାଣ କରି ଉକ୍ତ ମହିଳା ଙ୍କୁ ଅର୍ପଣ କରି ଏକ ନିଆରା ପଦକ୍ଷେପ ନେଇଛନ୍ତି lWhatsApp Image 2022 07 03 at 9.57.48 AM ନାଗାବଳୀ ଲୟନ୍ସ କ୍ଲବ ତରଫରୁ ଜଣେ ଅସହାୟା ମହିଳାଙ୍କ ପାଇଁ ଗୃହ ନିର୍ମାଣ - ଏକ ନିଆରା ପଦକ୍ଷେପ

ଶ୍ରୀମତୀ ରାହାସ ପରିଛା ଙ୍କ ଦୁରବସ୍ଥା ନେଇ ସର୍ବ ପ୍ରଥମେ ସ୍ଥାନୀୟ ଶିକ୍ଷୟିତ୍ରୀ ଶ୍ରୀମତୀ ସନ୍ଧ୍ୟାରାଣୀ ପାତ୍ର, କ୍ଲବ ର ଚାର୍ଟର ସଭାପତି ନାଗାବଳୀ ଲୟନ୍ସ କ୍ଲବ ଡ଼. ଦୁଷ୍ମନ୍ତ କୁମାର ମହାନ୍ତି ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l ଡ଼. ମହାନ୍ତି ପ୍ରଥମେ ସହାୟତା ର ହାତ ବଢ଼ାଇ ଥିଲେ ଏବଂ ଅନ୍ୟ ମାନଙ୍କୁ ଯଥା ସମ୍ଭବ ସାହାଯ୍ୟ କରିବା ପାଇଁ ନିବେଦନ କରିଥିଲେ l

ତଦନୁଯାୟୀ ଲାୟନ ଡ଼. ପ୍ରସନ୍ନ କୁମାର ଗନ୍ତାୟତ, ଲାୟନ ଆର. ସି. ରୁବି ରାଣୀ କୁଣ୍ଡୁ, ଲାୟନ ବ୍ରଜ ସୁନ୍ଦର ନାୟକ, ଲାୟନ ଏସ. ବି. ପଟନାୟକ, ଲାୟନ ଡ଼. ଅର୍ଚ୍ଚନା ପଟନାୟକ, ଲାୟନ ଲଡ଼ୁ କିଶୋର ସାହୁ, ଲାୟନ ପରମାନନ୍ଦ ଜୈନ ଏବଂ ଲାୟନ ବାବୁଲାଲ ଗନ୍ତାୟତ ଯଥା ଶକ୍ତି ସହାୟତା ପ୍ରଦାନ କରିଥିଲେ l ଲାୟନ ଡ଼. ଦୁଷ୍ମନ୍ତ କୁମାର ମହାନ୍ତି ଙ୍କ ନେତୃତ୍ୱ ଏବଂ ଲାୟନ ଡ଼. ପ୍ରସନ୍ନ କୁମାର ଗନ୍ତାୟତ ଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟ ସମ୍ପାଦନା ହୋଇଥିଲା l ଏଥିରେ କ୍ଲବ ର ସମ୍ପାଦକ ଲାୟନ ରବି ନାରାୟଣ ଶତପଥୀ ଆନୁସଙ୍ଗିକ ସହଯୋଗ କରିଥିଲେ l