ପାବନ ଶ୍ରୀକ୍ଷେତ୍ରରେ ରଥଯାତ୍ରା ପାଳିତ

0
157
ପାବନ ଶ୍ରୀକ୍ଷେତ୍ରରେ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ 
ରାୟଗଡ଼ା, (୦୩/୦୭) : ଦୀର୍ଘ ୨ ବର୍ଷ ର ବ୍ୟବଧାନ ପରେ ଆଜି ପବିତ୍ର ଆଷାଢ଼ ଶୁକ୍ଳ ଦ୍ଵିତୀୟା ଅବସରରେ ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ଗୁମୁଡ଼ା ପାବନ ଶ୍ରୀକ୍ଷେତ୍ରରେ ପ୍ରଭୁ ଜଗନ୍ନାଥଙ୍କ ଘୋଷ ଯାତ୍ରା ପାଳିତ ହୋଇଯାଇଛି ।WhatsApp Image 2022 07 03 at 9.57.13 AM 1 ପାବନ ଶ୍ରୀକ୍ଷେତ୍ରରେ ରଥଯାତ୍ରା ପାଳିତ

ପାବନ ଶ୍ରୀକ୍ଷେତ୍ରରେ ପ୍ରଥମେ ମନ୍ଦିର କର୍ତ୍ତା ରାଧାକୃଷ୍ଣ ପାଣିଗ୍ରାହୀ ଙ୍କ ଓ ପୁରୋହିତ ଅଭିମନ୍ୟୁ ମିଶ୍ର ଙ୍କ ଦ୍ୱାରା ରଥ ପ୍ରତିଷ୍ଠା କରାଯାଇଥିଲା । ପରେ ସ୍ଥାନୀୟ ଲିମାପଦର ର ପ୍ରପନ୍ନ ତ୍ରିପାଠୀ ଙ୍କ ନେତୃତ୍ୱରେ ସଂକୀର୍ତ୍ତନ କରାଯାଇଥିଲା । ପରେ ଗୋଟି ପହଣ୍ଡିରେ ପ୍ରଥମେ ଚକ୍ରରାଜ ସୁଦର୍ଶନ, ବଡ଼ ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ଶେଷରେ ବଡ଼ ଠାକୁର ଜଗନ୍ନାଥ ଙ୍କ ପହଣ୍ଡି ବିଜେ କରାଯାଇଥିଲା । ଏହା ପରେ ବିଧି ମୁତାବକ ରାଧାକୃଷ୍ଣ ପାଣିଗ୍ରାହୀ ଛେରା ପହଁରା କରିଥିଲେ । ଏହା ପରେ ହଜାର ହଜାର ଭକ୍ତ ଙ୍କ ଗହଣ ରେ ରଥଟଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାମନାଗୁଡା ତହସିଲଦାର ସୁଶ୍ରୀ ପ୍ରଭାତୀ ଝୋଡିଆ, ପଞ୍ଚାୟତ ସମିତି ଅଧ୍ୟକ୍ଷ ରବି ଶଙ୍କର ଗମାଙ୍ଗ, ସରପଞ୍ଚ ଋତୁପ୍ରଭା ଗମାଙ୍ଗ ପ୍ରମୁଖ ଯୋଗଦେଇ ଥିଲେ । ପ୍ରମୋଦ ତ୍ରିପାଠୀ, ସୁସ୍ମିତା ମିଶ୍ର ଧାରା ବିବରଣୀ କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ସଂଜୟ, G ପ୍ରସାଦ, ସୁରେଶ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।WhatsApp Image 2022 07 03 at 9.57.13 AM ପାବନ ଶ୍ରୀକ୍ଷେତ୍ରରେ ରଥଯାତ୍ରା ପାଳିତ

ଭକ୍ତ ଙ୍କ ସୁରକ୍ଷା ଓ ସୃଙ୍ଖଳିତ ରଥଯାତ୍ରା ସମ୍ପାଦନ ପାଇଁ ଗୁମୁଡ଼ା ଫାଣ୍ଡି ର ସମସ୍ତ କର୍ମଚାରୀ ଓ ଅଗ୍ନିଶମ ବିଭାଗ ର କର୍ମଚାରୀ ନିୟୋଜିତ ହୋଇଥିଲେ । ଦୀର୍ଘ ୨ ବର୍ଷ ପରେ ରଥଯାତ୍ରା ଅନୁଷ୍ଠିତ ହୋଇଥିବାରୁ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଥିଲା ।