Related Contents

ମୁରିବାହାଲ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅବସ୍ଥା ଶୋଚନୀୟ

ରିପୋର୍ଟ: ଭଗବାନ ମହାନ୍ତି/ନିମାଇଁ ଚରଣ ବଘାର
ମୁରିବାହାଲ(୨୨/୦୬): ମୁରିବାହାଲ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗତ ତା ୦୧ /୦୬ /୧୯ରେ କାଳ ବୈଶାଖୀରେ ଆଜବେଷ୍ଟର ଉଡିଯାଇ ଅବସ୍ଥା ଶୋଚନୀୟ ହୋଇପଡିଛି | ହେଲେ ଏ ପର୍ଯ୍ୟନ୍ତ କାହାର ନିଦ ଭାଙ୍ଗୁନାହିଁ |

ବର୍ତ୍ତମାନ ସ୍କୁଲ ଖୋଲି ସାରିଲାଣି ଛାତ୍ର, ଛାତ୍ରୀମାନେ ଏହି ବିପଦ ସଂକୁଳ ଅବସ୍ଥା ଥିବା ଭଙ୍ଗା କୋଠରୀରେ ପାଠ ପଢୁଛନ୍ତି | ମୁରିବାହାଲ ୨୨ଟି ପଂଚାୟତରେ ଅନେକ ସ୍କୁଲ ଭାଙ୍ଗିଥିବା ଅଭିଯୋଗ ହୋଇଛି | ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବାକୁ ଜନ ସାଧାରଣଙ୍କ ଦାବି ହେଉଛି | ମୁରିବାହାଲ ସ୍କୁଲଟି ପୁରାତନ ଏଥିରେ ୨୫୦ଛାତ୍ରଛାତ୍ରୀ ଅଛନ୍ତି | ୭ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ ଅଛନ୍ତି |ଅଭିଭାବକ ମଧ୍ୟରେ ଅଶାନ୍ତି ଦେଖିବାକୁ ମିଳୁଛି | ଶୀଘ୍ର ମରାମତି କରିବା ପାଇଁ ଦାବି ହେଉଛି | ପ୍ରଧାନ ଶିକ୍ଷକ ମାରୁତି ପ୍ରସାଦ ଦାସ ସ୍ଥାନୀୟ ସରପଞ୍ଚଙ୍କୁ ଜଣାଇଛନ୍ତି | ସରପଞ୍ଚଙ୍କୁ ଏହି ବିଷୟରେ ପଚାରିଥିଲୁ ମୁ ଏହି ବିଷୟରେ ଅବଗତ ଅଛି ଅତି ଶୀଘ୍ର ମରାମତି ହେବ ବୋଲି ପ୍ରତିଶୃତି ଦେଇଛନ୍ତି |

Comments are closed.