ରାଜ୍ୟପାଳଙ୍କ ଦ୍ବାରା ସମ୍ମାନିତ ଯୁବ ରେଡ଼କ୍ରସ ପରାମର୍ଶଦାତା

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଅସୀମ ବିଶ୍ୱାସ
ମାଲକାନଗିରି ୨୧/୬:- ରାଜଭବନ ଅଭିଷେକ ହଲରେ ଆୟୋଜିତ ରେଡ଼କ୍ରସ ସୋସାଇଟି ଓଡ଼ିଶା ଶାଖାର ପୁରସ୍କାର ବିତରଣ ଉତ୍ସବରେ ମାଲକାନଗିରି ମହାବିଦ୍ୟାଳୟର ଯୁବ ରେଡ଼କ୍ରସ ତଥା ସଂପାଦକ ଡ଼.ରଞ୍ଜନ କୁମାର ସ୍ୱାଇଁଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମହୋଦୟ ମାନପତ୍ର, ଟ୍ରଫି ଓ ପୁରସ୍କାର ଦେଇ ସମ୍ମାନିତ କରିଛନ୍ତି ।

ଡ଼.ସ୍ୱାଇଁଙ୍କ ମାଲକାନଗିରିର ଜିଲ୍ଲାର ବିକାଶ ପାଇଁ ଅନେକ ଅବଦାନ ରହିଛି । ଜିଲ୍ଲାର ବିଭିନ୍ନ ପ୍ରକାର ଯୁବ ରେଡ଼କ୍ରସର ରକ୍ତ ଦାନ,ବୃକ୍ଷ ରୋପଣ, ଗରିବ ଲୋକଙ୍କୁ ସାହାଯ୍ୟ, ପ୍ରାଥମିକ ଚିକିତ୍ସା, ଏଡ଼ସ ରୋଗ ପ୍ରତି ସଚେତନତା, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସାହାଯ୍ୟ କରିବା, ଆଦିବାସୀ ଲୋକଙ୍କୁ ସ୍ୱାସ୍ଥ୍ୟ ଶିକ୍ଷା ଆଦି ପ୍ରତି ସଚେତନତା କରାଇବା ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟ ମାନଙ୍କରେ ରେଡ଼କ୍ରସର ଗଠନ ଓ ଯୁବ ମାନଙ୍କୁ ଏହା ପ୍ରତି ପ୍ରେରିତ କରେଇବା ଆଦି ଅନେକ କ୍ଷେତ୍ରରେ ଅଗାଢ ଅବଦାନ ରହିଛି । ଜିଲ୍ଲାର ଶ୍ରେଷ୍ଠ ପରାମର୍ଶଦାତା ରୂପେ ସମ୍ମାନିତ ହେବାରୁ ମାଲକାନଗିରି ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ଷଡଙ୍ଗୀ ଏବଂ ଅନ୍ୟ ଅଧ୍ୟାପକ ମାନେ ପରିଚାଳନା କମିଟି ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ତଥା ପୂର୍ବତନ ବିଧାୟକ ଶ୍ରୀ ମାନସ ମାଡ଼କମି ଆଦି ଡ଼.ସ୍ୱାଇଁଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି । ଏହି ଆୟୋଜିତ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ସମାରୋହରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ଼.ଅରୁଣ କୁମାର ସାହୁ, ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ, ରାଜ୍ୟପାଳଙ୍କ ସଚିବ ବିଶ୍ଵାଳ ଗଗନ ଏବଂ ଡ଼.କଳ୍ପନା ଦାସ ଆଦି ଅନେକ ବରିଷ୍ଠ ବୁଦ୍ଧିଜୀବୀ ମାନେ ଡ଼.ସ୍ୱାଇଁଙ୍କ ପ୍ରଶଂସା କରିବା ସହ ଅଭିନନ୍ଦନ ମଧ୍ୟ ଜଣେଇଥିଲେ ।

Comments are closed.