Thursday, March 28, 2024

Top 5 This Week

Related Posts

ନିୟମଗିରି ରେ ଜନନୀ ଯନ୍ତ୍ରଣା ଅଧ ବାଟରେ ପ୍ରସବ କଲେ ଗର୍ଭବତୀ ମହିଳା

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୦୧/୦୭) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାରସେଲି ପଞ୍ଚାୟତ ନିୟମଗିରି ର ସାରିଝଲା ଗାଁ ରେ ପୁଣି ଏକ ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି ।WhatsApp Image 2022 07 02 at 10.01.16 AM ନିୟମଗିରି ରେ ଜନନୀ ଯନ୍ତ୍ରଣା ଅଧ ବାଟରେ ପ୍ରସବ କଲେ ଗର୍ଭବତୀ ମହିଳା

ଓଡ଼ିଶା ମାନଚିତ୍ରରେ ବାରମ୍ବାର ନିୟମଗିରି ଅଞ୍ଚଳରେ ରାସ୍ତା ଘାଟ ସମସ୍ୟା ଯୋଗୁଁ ଏହି ଭଳି ବିଭିନ୍ନ ପ୍ରକାର ର ସମସ୍ୟା ଦେଖିବାକୁ ମିଳିଛି । କେତେ ବେଳେ ଖଟିଆରେ, କେତେବେଳେ ଷ୍ଟ୍ରେଚର, କେତେବେଳେ କମଳ ବୁହା ସାହାଯ୍ୟରେ ଜୀବନ ବାଜି ଲଗାଇ ଘଞ୍ଚ ଜଙ୍ଗଲ ଝରଣା ପାହାଡ଼ ଚଲାପଥ ଦେଇ ମାଇଲ ମାଇଲ ବାଟରେ ଆସି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଥାନ୍ତି ।

ସରକାର ଙ୍କ ମନରେଗା ଯୋଜନା ଏବଂ ବିଭିନ୍ନ ବିଭାଗୀୟ ପାଣ୍ଠି ରୁ ଉନୟନ ମୂଳକ ରାସ୍ତା ର ସଂଯୋଗ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଆସୁଥିବା ବେଳେ ନିମ୍ନ ମାନ ର ରାସ୍ତା କାମ ଯୋଗୁଁ କିଛି ଗାଁ କୁ ଆମ୍ବୁଲାନ୍ସ ତ ଦୂର ର କଥା ବାଇକ ଯିବା ର ମଧ୍ୟ କଷ୍ଟକର ହୋଇପଡୁ଼ଛି । ଏହି ରାସ୍ତା ଘାଟ ର ସମସ୍ୟା କୁ ନେଇ ପ୍ରଶାସନ ଆଗରେ ନାରା ଦେଉଥିଲେ ମଧ୍ୟ ପ୍ରଶାସନ ର ଦୃଷ୍ଟି ପଡୁନି । ଏହି ଭଳି ସମସ୍ୟା ଯୋଗୁଁ ରୋଗୀ ଓ ପ୍ରସ୍ତୁତି ମହିଳା ଜୀବନ ମଧ୍ୟ ବାଟରେ ଚାଲି ଯାଉଛି । ଖବର ନେବା ରୁ ଜଣା ପଡିଲା ଯେ ଆଜି ସକାଳେ ସାରିଝଲା ଗାଁ କାଡ୍ରାକା ଡ଼ିକିଚି (୩୫) ଙ୍କ ଜନନୀ ଯନ୍ତ୍ରଣା ହେବାରୁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସ କୁ ଯୋଗାଯୋଗ କରିଥିଲେ ।

୧୦୮ ଆମ୍ବୁଲାନ୍ସ ଅଧା ବାଟରେ ପହଞ୍ଚିଥିଲା ସେଠାରୁ ପ୍ରାୟ ୨ କିଲୋମିଟର ଫାର୍ମାସିଷ୍ଟ ଦୁର୍ଗା ପ୍ରସାଦ ଜେନା ଓ ଡ୍ରାଇଭର ଉମାକାନ୍ତ ଦଳେଇ ଷ୍ଟ୍ରେଚର ଧରି ଗାଁ କୁ ପହଞ୍ଚି ଥିଲେ । ସେଠାରୁ ଡିକିଚ କୁ ଷ୍ଟ୍ରେଚର ସାହାଯ୍ୟରେ ବୁହି ଆଣିବା ବେଳେ ଅଧ ବାଟରେ ପ୍ରସବ କରିଥିଲେ । ପ୍ରସବ ମହିଳା ଙ୍କୁ ଆମ୍ବୁଲାନ୍ସ ସାହାଯ୍ୟରେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତିକରି ଥିଲେ । ଭର୍ତ୍ତି କରିବା ପରେ ଡାକ୍ତର ବିବେକ ନନ୍ଦ ମହାପାତ୍ର ମାଁ ଓ ଶିଶୁ କୁ ଚିକିତ୍ସା କରିଥିଲେ । ବର୍ତ୍ତମାନ ମାଁ ଶିଶୁ ସୁସ୍ଥ ଥିବା ଜଣାପଡିଛି ।

Popular Articles