ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୦୧/୦୭) : ରାୟଗଡା ଜିଲ୍ଲା ବିଷମ କଟକ ଥାନା ସଦର ପୂର୍ତ୍ତବିଭାଗ ଡାକ ବଙ୍ଗଳା ନିକଟରେ ବୋଲେର ବାଇକ୍ ମୁହାଁମୁହିଁ ଧକ୍କାରେ ଜଣେ ମୃତ ଓ ଜଣେ ଗୁରୁତର ହୋଇଛନ୍ତି ।
ଦୁର୍ଘଟଣା ଘଟିବା ପରେ ସ୍ଥାନୀୟ ଲୋକେ ଉଭୟଙ୍କୁ ସ୍ଥାନୀୟ ଖ୍ରୀଷ୍ଟିଆନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିଛନ୍ତି । ଓଡ଼ି-୧୮ଡି-୬୬୨୨ ନମ୍ବର୍ ବୋଲେର ଗାଡି ର ଇନ୍ସରାନ୍ସ ଅଗଷ୍ଟ ମାସ ୨୫ ତାରିଖରେ ୨୦୨୦ ରେ ସରି ଥିବା ସୂଚନା ମିଳୁଛି କେଉଁ ଭଳି ଭାବେ ଏହି ଗାଡି ପ୍ରତ୍ୟେକ ଦିନ ଚାଲୁଥିଲା ତାହା ଏବେ ବଡ଼ ପ୍ରଶ୍ନ ।
ଏହି ଗାଡି ଟି ଆଜି ବିଷମ କଟକ ଥାନା ଅନ୍ତର୍ଗତ ଚାଟିକଣାରୁ ବିଷମ କଟକ ଅଭିମୁଖେ ଆସୁଥିବା ବେଳେ ଓଡ଼ି-୧୮-୦୪୩୩ ନମ୍ବର୍ ବାଇକ୍ ଟି ବିଷମ କଟକରୁ ସ୍ଥାନୀୟ କାଙ୍କବାଡ଼ି ଅଭିମୁକେ ଯାଉଥିବା ବେଳେ ପୂର୍ତ୍ତ ବିଭାଗ ଡାକବଙ୍ଗଳା ନିକଟରେ ବାଇକ୍ ଆରୋହୀ ଏକ ଟ୍ରକ କୁ ଅଭରଟେକ କରି ବୋଲେର ସହ ମୁହାଁମୁହିଁ ଦୁର୍ଘଟଣା ହୋଇଥିଲା । ଦୁର୍ଘଟଣାରେ ବାଇକ୍ ଥିବା ଦୁଇ ଜଣ କାଙ୍କୁବାଡ଼ି ପଞ୍ଚାୟତ ର ଡେଗାଲବୁଡୁନି ଗ୍ରାମ ର ବୋଲି ଜଣା ପଡ଼ିଛି ।
ଏହି ଦୁର୍ଘଟଣାରେ ମୃତ ହୋଇଥିବା ବ୍ୟକ୍ତି ଜଣକ ହେଲେ ଶ୍ରୀଧର ହିକକା (୨୬) ଏବଂ ଗୁରତର ବ୍ୟକ୍ତି ଜଣକ ହେଲେ ଗଙ୍ଗାଧର ହିକକା (୨୮) ବୋଲି ସୂଚନା ମିଳିଛି । ଘଟଣା ସ୍ଥଳରେ ବିଷମ କଟକ ପୋଲିସ ପହଞ୍ଚି ବୋଲେର ବାଇକ୍ କୁ ଜବତ କରିବା ପରେ ଖ୍ରୀଷ୍ଟିଆନ ହସ୍ପିଟାଲରେ ପହଞ୍ଚି ମୃତ ଦେହଙ୍କୁ ଜବତ କରି ଏହାର ତଦନ୍ତ ଜାରି ରଖିଛି ।