Friday, March 29, 2024

Top 5 This Week

Related Posts

ବୋଲେର ବାଇକ୍ ମୁହାଁମୁହିଁରେ ଜଣେ ମୃତ୍ୟୁ ଜଣେ ଗୁରୁତର

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୦୧/୦୭) : ରାୟଗଡା ଜିଲ୍ଲା ବିଷମ କଟକ ଥାନା ସଦର ପୂର୍ତ୍ତବିଭାଗ ଡାକ ବଙ୍ଗଳା ନିକଟରେ ବୋଲେର ବାଇକ୍ ମୁହାଁମୁହିଁ ଧକ୍କାରେ ଜଣେ ମୃତ ଓ ଜଣେ ଗୁରୁତର ହୋଇଛନ୍ତି ।WhatsApp Image 2022 07 01 at 11.32.15 AM ବୋଲେର ବାଇକ୍ ମୁହାଁମୁହିଁରେ ଜଣେ ମୃତ୍ୟୁ ଜଣେ ଗୁରୁତର

ଦୁର୍ଘଟଣା ଘଟିବା ପରେ ସ୍ଥାନୀୟ ଲୋକେ ଉଭୟଙ୍କୁ ସ୍ଥାନୀୟ ଖ୍ରୀଷ୍ଟିଆନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିଛନ୍ତି । ଓଡ଼ି-୧୮ଡି-୬୬୨୨ ନମ୍ବର୍ ବୋଲେର ଗାଡି ର ଇନ୍ସରାନ୍ସ ଅଗଷ୍ଟ ମାସ ୨୫ ତାରିଖରେ ୨୦୨୦ ରେ ସରି ଥିବା ସୂଚନା ମିଳୁଛି କେଉଁ ଭଳି ଭାବେ ଏହି ଗାଡି ପ୍ରତ୍ୟେକ ଦିନ ଚାଲୁଥିଲା ତାହା ଏବେ ବଡ଼ ପ୍ରଶ୍ନ ।

ଏହି ଗାଡି ଟି ଆଜି ବିଷମ କଟକ ଥାନା ଅନ୍ତର୍ଗତ ଚାଟିକଣାରୁ ବିଷମ କଟକ ଅଭିମୁଖେ ଆସୁଥିବା ବେଳେ ଓଡ଼ି-୧୮-୦୪୩୩ ନମ୍ବର୍ ବାଇକ୍ ଟି ବିଷମ କଟକରୁ ସ୍ଥାନୀୟ କାଙ୍କବାଡ଼ି ଅଭିମୁକେ ଯାଉଥିବା ବେଳେ ପୂର୍ତ୍ତ ବିଭାଗ ଡାକବଙ୍ଗଳା ନିକଟରେ ବାଇକ୍ ଆରୋହୀ ଏକ ଟ୍ରକ କୁ ଅଭରଟେକ କରି ବୋଲେର ସହ ମୁହାଁମୁହିଁ ଦୁର୍ଘଟଣା ହୋଇଥିଲା । ଦୁର୍ଘଟଣାରେ ବାଇକ୍ ଥିବା ଦୁଇ ଜଣ କାଙ୍କୁବାଡ଼ି ପଞ୍ଚାୟତ ର ଡେଗାଲବୁଡୁନି ଗ୍ରାମ ର ବୋଲି ଜଣା ପଡ଼ିଛି ।

ଏହି ଦୁର୍ଘଟଣାରେ ମୃତ ହୋଇଥିବା ବ୍ୟକ୍ତି ଜଣକ ହେଲେ ଶ୍ରୀଧର ହିକକା (୨୬) ଏବଂ ଗୁରତର ବ୍ୟକ୍ତି ଜଣକ ହେଲେ ଗଙ୍ଗାଧର ହିକକା (୨୮) ବୋଲି ସୂଚନା ମିଳିଛି । ଘଟଣା ସ୍ଥଳରେ ବିଷମ କଟକ ପୋଲିସ ପହଞ୍ଚି ବୋଲେର ବାଇକ୍ କୁ ଜବତ କରିବା ପରେ ଖ୍ରୀଷ୍ଟିଆନ ହସ୍ପିଟାଲରେ ପହଞ୍ଚି ମୃତ ଦେହଙ୍କୁ ଜବତ କରି ଏହାର ତଦନ୍ତ ଜାରି ରଖିଛି ।

Popular Articles