Related Contents

ଝରିଗାଁ ୧୫ ବାଟାଲିୟନ ବି ଏସ ଏଫ ଯବାନ ପାଳନ କଲେ ଯୋଗ ଦିବସ

ରିପୋର୍ଟ: ତ୍ରିନାଥ ଧୁରୁଆ
ଝରିଗାଁ(୨୧.୦୬):- ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ସାରା ବିଶ୍ଵ ଯୋଗ ଦିବସ ପାଳନ କରାଯାଉଥିବା ବେଳେ ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ବି ଏସ ଏଫ କ୍ୟାମ୍ପରେ ମଧ୍ୟ ଯୋଗ ଦିବସ ପାଳନ କରିଛନ୍ତି ।

ଆଜି ସକାଳେ ବି ଏସଏଫ କ୍ୟାମ୍ପରେ ଝରିଗାଁ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ଜନସାଧାରଣଙ୍କୁ ନେଇ ଏକ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଛାତ୍ର ଛାତ୍ରୀ ଓ ଜନସାଧାରଣ ଯୋଗ ଦେଇ ଯୋଗ କରିଥିଲେ । ଏହି ଯୋଗ ମାଧ୍ୟମରେ ପ୍ରତ୍ୟେକ ମଣିଷର ମାନସିକ ଶାରୀରିକ ବିକାଶ ହେବା ସହ ମନକୁ ଶାନ୍ତି ମିଳିଥାଏ । ପ୍ରତିଦିନ ପ୍ରତ୍ୟେକ ମଣିଷ ଯୋଗ କରିବା ଦ୍ୱାରା ନିରୋଗ ଓ ସୁସ୍ଥ ରହି ପାରିବେ ବୋଲି ବାର୍ତ୍ତା ଦିଆଯାଇଥିଲା । ଏହି ଅବସରରେ ବିଏସଏଫ ଇନ୍ସପେକ୍ଟର ବିକ୍ରମ ସିଂ, ସବ ଇନ୍ସପେକ୍ଟର ବିକାଶ କୁମାର ଯାଦବ, ଶିସରମ ମୁଣ୍ଡ, ଆସିଟଣ୍ଟ ସବ ଇନ୍ସପେକ୍ଟର ସମସିରସିଂ, ପବିତ୍ର ଚକ୍ରବର୍ତ୍ତୀ, ବିଜେନ୍ଦ୍ର କୁମାର, ସୋମନାଥ ଦାସ ଯୋଗ ଦେଇଥିଲେ ଓ ସମସ୍ତ ବିଏସଏଫ ଯବାନ ଶିବିରରେ ଉପସ୍ଥିତ ରହିଥିଲେ ।

Comments are closed.