ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

0
120
ଉପଖଣ୍ଡ ପ୍ରାଣୀ ଚିକିତ୍ସା

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୩୦/୦୬) : ବୌଦ୍ଧ ଜିଲ୍ଲା ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ପ୍ରଫୁଲ୍ଲ କୁମାର ନାଏକ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ଉପସ୍ଥିତରେ କରାଯାଇଥିଲା ।WhatsApp Image 2022 06 30 at 8.41.30 PM ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ଏହି ଅବସରରେ ଏକ ସମ୍ବର୍ଦ୍ଧନା ସଭାଗତ କାଲି ହରଭଙ୍ଗା ବ୍ଲକ ପୁରୁଣାକଟକ ପ୍ରାଣୀ ଚିକିତ୍ସାଲୟ ଠାରେ ଅନୁଷ୍ଠିତ ହୋଇଥିଲା । ହରଭଙ୍ଗା ବ୍ଲକ ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ଃ. ପ୍ରଫୁଲ୍ଲ କୁମାର ନାୟକ ଙ୍କ ଅଧ୍ୟକ୍ଷତାରେ ଏହି ସମ୍ବର୍ଦ୍ଧନା ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଉଦ୍ୟାନ କୃଷି ଅଧିକାରୀ ଜ୍ଞାନରଞ୍ଜନ ଡିଗଲା ଯୋଗ ଦେଇଥିଲେ ।

ଧଳପୁର ପ୍ରାଣୀଧନ ନିରୀକ୍ଷକ ନାରାୟଣ ବାରିକ ଡ଼ଃ. ନାୟକ ଙ୍କ କାର୍ଯ୍ୟାଳୟ ହରଭଙ୍ଗା ବ୍ଲକରେ ସ୍ୱର୍ଣ୍ଣିମ ଅଧ୍ୟାୟ ବୋଲି ବର୍ଣ୍ଣନା କରିଥିଲେ । ଏହା ସହିତ ବୌଦ୍ଧ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଙ୍କ କାର୍ଯ୍ୟାଳୟ ଠାରେ ବୌଦ୍ଧ ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ପ୍ରଦୀପ୍ତ କୁମାର ରଥ ଙ୍କ ସଭାପତିତ୍ୱ ଓ ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡା ନିରୋଦ ଚନ୍ଦ୍ର କହଁର ଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଥିଲା ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ।

ଡା. ପ୍ରଫୁଲ୍ଲ କୁମାର ନାଏକ ଦୀର୍ଘ ୩୪ ବର୍ଷ ଚାକିରୀ କାଳ ମଧ୍ୟରେ ଓଡିଶାର ବିଭିନ୍ନ ଜିଲ୍ଲାରେ ସଫଳତା ସହିତ ଦାୟିତ୍ୱ ତୁଲାଇ ଆଜି ଅବସର ଗ୍ରହଣ କରିଥିବାର ଜୀବନି ବ୍ୟାଖ୍ୟା କରିଥବା ବେଳେ ଉପସ୍ଥିତ ସମସ୍ତ ଅଧିକାରୀ ଓ କର୍ମଚାରୀ ପ୍ରଶଂସା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଉପ ନିର୍ଦ୍ଦେଶକ ଡା. ହୃଷିକେଶ ବେହେରା, ଏଡିଭିଓ ଦିସି ଡା. ପ୍ରଭାସ କୁମାର ବେହେରା, ନୋଡାଲ ଅଫିସର ଡା. ସଂଘମିତ୍ରା ପରମାନିକ, ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ପ୍ରିୟବ୍ରତ ବେହେରା, କର୍ମଚାରୀ ଦିଲ୍ଲୀପ କୁମାର ମିଶ୍ର, ସୁକାନ୍ତି ସିଂ, ଶଙ୍କର ରେଡି, ବିଷ୍ଣୁ ଚରଣ ନାଏକ, ସାରଦା ପ୍ରସାଦ ଦାସ ପ୍ରମୁଖ ବକ୍ତବ୍ୟ ରଖିଥିଲେ ।

ସମସ୍ତଙ୍କ ତରଫରୁ ପୁଷ୍ପଗୁଚ୍ଛ, ଉପଢୌକନ ଓ ନିତ୍ୟ ବ୍ୟବହାର୍ଯ୍ୟ ପ୍ରଶାଧାନ ଉପହାର ପ୍ରଦାନ କରାଯାଉଥିଲା । ଏହି କାର୍ଯ୍ୟକ୍ରମରେ ଦନ୍ତାପାଳି ମାହେଶ୍ୱରୀ ଗୋ-ଶାଳା ଓ ଜରା ଆଶ୍ରମ ର ଅଧ୍ୟକ୍ଷ ନିର୍ଗୁଣ ମହାକୁଡ଼ ଓ ସମ୍ପାଦକ କୃତ୍ତିବାସ ପଲିଆ, ସଦସ୍ୟ ଗଦାଧର ମହାକୁଡ଼ ଉପସ୍ଥିତ ଥାଇ ଶ୍ରୀ ନାଏକଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ l କାର୍ଯ୍ୟକ୍ରମ ସଫଳ କରିବାରେ ଧବଳେଶ୍ୱର ମେହେର, ନଳିନୀ ଯାନୀ, ରାମଚନ୍ଦ୍ର ପ୍ରଧାନ, ରଘୁନାଥ ବଡ଼ମାଳି ଓ ପିଣ୍ଟୁ ପାଣିଗ୍ରାହୀ ପ୍ରମୁଖ ସହଯୋଗ କରିଥିଲେ l