Related Contents

ଅଧ୍ୟକ୍ଷଙ୍କ ଅତ୍ୟାଚାର ସହିନପାରି ମୁକବଧିର ବାଳକ ଫେରାର

ରିପୋର୍ଟ: ଜଗନ କୁମାର ସେଠି
ଗଞ୍ଜାମ(୨୦/୬): ଗଂଜାମ ଜିଲ୍ଲା କୋଦଳା ଏନ୍.ଏ.ସିରେ ଥିବା ସାମାଜିକ ବିକାଶ ଓ ଗଣ ଚେତନା ଅନୁଷ୍ଠାନର ଗତ ୧୪ତାରିଖ ରାତିରୁ ଜଣେ ମୁକବଧିର ପିଲା ଅମର ମଲ୍ଲିକ ନାମକ କେଉଁଆଡେ ଚାଲିଯାଇଥିବା ଜଣାପଡିଛି |ଖବର ନେବାରୁ ଜଣାପଡିଛି ଯେ ଏ ଅନୁଷ୍ଠାନରେ ମୁକ ବଧିର ପିଲାମାନଙ୍କୁ ତାଲିମ ଦିଆଯାଏ |

ତାଲିମ ସମୟରେ ପିଲାମାନଙ୍କୁ ଶାରିରୀକ ନିର୍ଯ୍ୟାତନା ମଧ୍ୟ ଦିଆଯାଏ | ଏହି ଅନୁଷ୍ଠାନ ୩୦ ଜୁଲାଇ ୧୯୯୫ରେ ସ୍ଥାପିତ ହୋଇଥିଲା | ଦୀର୍ଘ ୨୪ବର୍ଷ ହେଲା ଏହି ଅନୁଷ୍ଠାନରେ ବିଭିନ୍ନ ସମୟରେ ପିଲାମାନଙ୍କୁ ନିର୍ଯ୍ୟାତନା ଏବଂ କିଛି ପିଲା ମରିଥିବା ଓ ଜଣଙ୍କର ଯୌନାଙ୍ଗକୁ କାଟିବା ଭଳି ଅଭିଯୋଗ ଆସି ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ପ୍ରକାଶ ପାଇଛି । ଏହି ଖବର ନେବାକୁ ସ୍ଥାନୀୟ ସାମ୍ବାଦିକମାନେ ସେହି ଅନୁଷ୍ଠାନରେ ପହଁଚିବା ପରେ ସେଠାକାର କର୍ତ୍ତୃପକ୍ଷ ସାମ୍ବାଦିକଙ୍କୁ ଦେଖି ଗେଟରେ ତାଲା ପକାଇଦେଇଥିଲେ ଓ ଭିତରକୁ ଯିବାକୁ ଦେଇନଥିଲେ | ଏନେଇ ସାମ୍ବାଦିକ ମାନେ କୋଦଳା ଥାନାକୁ ଯାଇ ସେଠାକାର ଭାରପ୍ରାପ୍ତ ଅଧକାରୀ ଦିଲ୍ଲୀପ କୁମାର ସାହୁଙ୍କୁ ଏ ବିଷୟରେ ପଚାରିଥିଲେ | ଏତେବଡ଼ ଘଟଣା ଘଟିଯାଇଥିଲେ ମଧ୍ୟ କାହିଁକି ସେହି ଅନୁଷ୍ଠାନର ଅଧ୍ୟକ୍ଷ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ନଥିଲେ ତାହା ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି | ଏଣୁ ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟିଦେଇ ଏହି ଅନୁଷ୍ଠାନ କିପରି ଚାଲିଛି ଅନୁଧ୍ୟାନ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ କରିବାପାଇଁ ଦାବି ହୋଇଛି |

Comments are closed.