ସିଙ୍ଗାପୁର ରେଳ ଷ୍ଟେସନରେ ଟ୍ରେନ ରହଣୀ ଦାବୀ ନେଇ ଦାବୀ ପତ୍ର ପ୍ରଦାନ

0
108
ସିଙ୍ଗାପୁର ରେଳ ଷ୍ଟେସନରେ

ରିପୋର୍ଟ : ନରତ୍ତମ ପାଢୀ
ଜେ.କେ. ପୁର/ରାୟଗଡ଼ା, (୩୦/୦୬) : ରାୟଗଡ଼ା ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ସିଙ୍ଗାପୁର ରେଳ ଷ୍ଟେସନରେ ସମସ୍ତ ରେଳ ଗାଡି ରହଣୀ ନେଇ ଏକ ପ୍ରତିନିଧି ଦଳ ପକ୍ଷରୁ ଷ୍ଟେସନ ମାଷ୍ଟର ଜରିଆରେ ଏକ ଦାବୀ ପତ୍ର ଡି.ଆର.ଏମ. ଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି ।

କରୋନା ପୂର୍ବରୁ ଏହି ସିଙ୍ଗାପୁର ରେଳ ଷ୍ଟେସନରେ ସମସ୍ତ ପେସେଞ୍ଜେର, ଏକ୍ସପ୍ରେସ ଗାଡି ଗୁଡିକ ସେବା ଯୋଗାଇବା ପାଇଁ ରହଣୀ କରୁଥିଲା । କିନ୍ତୁ କରୋନା ପରେ ଗାଡି ଚଳାଚଳ ସ୍ୱାଭାବିକ ହେବାରେ ଲାଗିଲାଣି କିନ୍ତୁ କୌଣସି ଗାଡି ନ ରହିବାରୁ ଲୋକମାନେ ନାନା ପ୍ରକାର ର ସମସ୍ୟା ଯାତାୟତ ପାଇଁ ଭୋଗୁ ଥିବା ଦେଖିବାକୁ ମିଳୁଛି ।

ତେଣୁ ଏହି ଷ୍ଟେସନରେ ପୁନଃ ପୂର୍ବଭଳି ଗାଡି ଗୁଡିକ ରହଣୀ କରିବାକୁ ଦାବୀ ଜଣାଇଛନ୍ତି । ପ୍ରକାଶ ଯୋଗ୍ୟ ଏହି କି ଯେ ରାୟଗଡ ପରେ ସିଙ୍ଗାପୁର ଷ୍ଟେସନ ଏକ ପ୍ରମୁଖ ଷ୍ଟେସନ ଅଟେ । କାରଣ ଏହି ଷ୍ଟେସନ ଉପରେ କୋଲନରା, ରାୟଗଡ଼ା, କଲ୍ୟାଣସିଂହପୁର, କାଶୀପୁର ଅଞ୍ଚଳ ର ଲୋକମାନେ ନିର୍ଭର କରି ଚାଲିଥାନ୍ତି । ଏହା ଏକ ବ୍ୟବସାୟିକ କେନ୍ଦ୍ର ଅଟେ କାରଣ ଶସ୍ତା ମାର୍କେଟ ଟିଟିଲାଗଡ଼, ରାୟପୁର, କଣ୍ଟାବାଞ୍ଜି, କେସିଙ୍ଗା ଯିବା ପାଇଁ ଏକ ମାତ୍ର ସାଧନ ରେଳ ଷ୍ଟେସନ ଅଟେ ।

ତେଣୁ ଦୀର୍ଘ ୨ ବର୍ଷ ହେବ ଛୋଟ ବଡ଼ ବ୍ୟବସାୟୀ ମାନେ ବହୁ କ୍ଷତି ସହୁଛନ୍ତି ବୋଲି କମିଟି ର ସଦସ୍ୟ ରମେଶ ଚୌରସିଆ, ହଳଧର ମିଶ୍ର ପ୍ରମୁଖ କହିଛନ୍ତି । ତେଣୁ ଆମ ଅଞ୍ଚଳ ର ନ୍ୟାର୍ଯ୍ୟ ଦାବୀକୁ ଦୃଷ୍ଟିରେ ରଖି ସମସ୍ତ ଗାଡ଼ି ଗୁଡିକୁ ରହଣୀ କରି ସମସ୍ତଙ୍କ ସହାୟକ ହେବେ ବୋଲି ଦାବୀ କରିଛନ୍ତି । ଏହି ଦାବୀ ପତ୍ରକୁ ସିଙ୍ଗାପୁର ଷ୍ଟେସନ ମାଷ୍ଟର ଙ୍କୁ ପ୍ରଦାନ କରାଯାଇଛି ।

ଏହି ପ୍ରତିନିଧି ଦଳରେ ହଳଧର ମିଶ୍ର, ରମେଶ ଚୌରସିଆ, ସି ଏଚ ହରି, ଅବି ପକା, ଏସ. ବାବୁଲା, ସି.ଏମ. ବାଟ୍ରିଆ, ଅପଲରାଜୁ, ବିନାୟକ ପଳାଇ, ପେନ୍ତା ସରପଞ୍ଚ ରଞ୍ଜିତ ଯାଦବ, ଗୁନୁ ମାଲିକ, ସୁରେନ ନନ୍ଦ, ଗୁରେନ୍ଦ୍ର ନନ୍ଦ ଏବଂ ଅନେକ ଲୋକମାନେ ଯୋଗ ଦେଇଥିଲେ ।