Related Contents

ବାଧକ ସାଜିଛି ଧଣ୍ଡାମୁଣ୍ଡା ହାଇସ୍କୁଲ ଖେଳପଡ଼ିଆ-ଖେଳପଡିଆରେ ମଦ ବୋତଲ, ସ୍କୁଲ ଛାତ୍ରଛାତ୍ରୀ ଅସନ୍ତୋଷ

ରିପୋର୍ଟ : ଭୋଜରାଜ ବରିହା
ଖପ୍ରାଖୋଲ, ବଲାଙ୍ଗୀର(୨୦/୦୬): ଛାତ୍ରଛାତ୍ରୀ ମାନେ ନିଜର ଶରୀରକୁ ସୁସ୍ଥ ସବଳ ରଖିବା ପାଇଁ ଖେଳପଡ଼ିଆରେ ବିଭିନ୍ନ ଖେଳ ମାଧ୍ୟମରେ କସରତ କରିଥାନ୍ତି । ହେଲେ ବର୍ତ୍ତମାନ ବାଧକ ସାଜିଛି ଖେଳପଡ଼ିଆ । ଖେଳପଡ଼ିଆରେ ଶହ ଶହ ମଦ ବୋତଲ ଭାଙ୍ଗୁଛନ୍ତି ଅଞ୍ଚଳର ଶିକ୍ଷିତ ଯୁବ ଗୋଷ୍ଠୀ ।

ତଥାପି ବି ହାର ମାନୁନି ସ୍କୁଲ ଛାତ୍ର, ପ୍ରତିଦିନ ଶହ ଶହ କାଚ ମଦବୋତଲ ଗୋଟାଇ ସଫାକରି ନିଜର ଲକ୍ଷ ପୂରଣ କରିବାପାଇଁ । କ୍ରୀଡା କସରତ କରୁଛନ୍ତି ସ୍କୁଲ ଛାତ୍ର | ଏମିତି ଏକ ଚିତ୍ର ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ହାଇସ୍କୁଲ ଖେଳପଡ଼ିଆ ଠାରେ । ଏହି ଖେଳପଡ଼ିଆରେ ସନ୍ଧ୍ୟା ସମୟରେ ମଦ ଆଡ୍ଡା ହେଉଥିବା ବେଳେ ମାଦକ ବ୍ୟକ୍ତି ମାନେ ଶହ ଶହ କାଚ ବୋତଲ ଭାଙ୍ଗୁଥିବାରୁ ସ୍କୁଲ ଛାତ୍ର ଛାତ୍ରିଙ୍କୁ ବାଧକ ସାଜୁଛି । ପ୍ରତିଦିନ ଏପରି ମଦ ବୋତଲ ସଫା କରୁଥିବା ବେଳେ ଖେଳପଡ଼ିଆରେ କାଚ ବୋତଲ ନ ଫିଙ୍କିବାକୁ ଅନୁରୋଧ କରିଛନ୍ତି ସ୍କୁଲ ଛାତ୍ର ମାନେ । ଧଣ୍ଡାମୁଣ୍ଡା ପଞ୍ଚାୟତରେ କୌଣସି ବିଦେଶୀ ମଦ ଦୋକାନ ନ ଥିବା ବେଳେ କେଉଁଠୁ ଏତେ ପରିମାଣରେ ମଦ ବୋତଲ ଆସୁଛି ତାହା ପ୍ରଶ୍ନ ବାଛି ସୃଷ୍ଟି ହେଉଛି |

Comments are closed.