ଗୁଡାରିରେ ଘରଡ଼ିହ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

ରିପୋର୍ଟ: ଲୋକନାଥ ସାହୁ
ଗୁଡାରି(୨୧/୦୬): ଗୁଡାରି ଏନ.ଏ.ସି କଲ୍ୟାଣ ମଣ୍ଡପଠାରେ ୧୧ଟା ୩୦ମି.ସମୟରେ ଘରଡ଼ିହ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ହୋଇଥିଲା |

ଏହି ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମରେ ନବନିର୍ବାଚିତ ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପଟ୍ଟା ବଣ୍ଟନ କରିଥିଲେ । ଗୁଣୁପୁର ଉପ ଜିଲ୍ଲାପାଳ ଡ଼. ସିଦ୍ଧେଶ୍ୱର ବଳିରାମ ବନ୍ଦର, ଗୁଡାରି ତହସିଲଦାର କୁମାରୀ ଭାରତୀ ଦେବୀ ପ୍ରମୁଖ ଉପସ୍ଥିତ ଥିଲେ । ନିର୍ବାହୀ ଅଧିକାରୀ ଶ୍ରୀମତି ଗାୟତ୍ରୀ ଦେବି ସାହୁଙ୍କ କହିବା ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ୨୪୦ଜଣ ହିତାଧିକାରୀଙ୍କୁ ଘର ଡିହ ପଟ୍ଟା ପ୍ରଦାନ କରାଯାଇଛି | ପର୍ଯ୍ୟାୟ କ୍ରମେ ସହରର ସମସ୍ତ ବସ୍ତି ବାସିନ୍ଦାଙ୍କୁ ଘରଡ଼ିହ ପଟ୍ଟା ପ୍ରଦାନ କରାଯିବ ବୋଲି କହିଛନ୍ତି ।

Comments are closed.