Advertisements
Thursday, July 16, 2020
Home Government News ପ୍ରାକ-ମୋକଦ୍ଦମା ମଧ୍ୟସ୍ଥିତା କେନ୍ଦ୍ର ଉତଘାଟିତ

ପ୍ରାକ-ମୋକଦ୍ଦମା ମଧ୍ୟସ୍ଥିତା କେନ୍ଦ୍ର ଉତଘାଟିତ

ରିପୋର୍ଟ: ଅସୀମ ବିଶ୍ୱାସ
ମାଲକାନଗିରି (୧୯/୬):- ମାଲକାନଗିରି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଆଜି ପ୍ରାକମକଧ୍ୟମା ମଧ୍ୟସ୍ଥିତା କେନ୍ଦ୍ର ଉଦଘାଟିତ ହୋଇ ଯାଇଅଛି । ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀଯୁକ୍ତ ଅମରେଶ ନାୟକ ଏହି କେନ୍ଦ୍ରକୁ ବିଧିବଦ୍ଧ ଭାବେ ଉଦଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଆଇନଜୀବୀ ତଥା ତାଲିମ ପ୍ରାପ୍ତ ମଧ୍ୟସ୍ଥି ଶ୍ରୀଯୁକ୍ତ ବିଷ୍ଣୁପ୍ରସାଦ ନାଲ୍ଲା ,ଅମିୟ କୁମାର ରଥ, ଏବଂ ଅଧ୍ୟାପକ ଡ଼.ରଞ୍ଜନ କୁମାର ସ୍ୱାଇଁ ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକାରଣର ସମସ୍ତ କର୍ମକର୍ତା ପ୍ରମୂଖ ଉପସ୍ଥିତ ଥିଲେ ।

ଏହି ପ୍ରାକ ମୋକଦ୍ଦମା ମଧ୍ୟସ୍ଥିତ କେନ୍ଦ୍ରରେ ମୋକଦ୍ଦମା ହେବା ପୂର୍ବରୁ ବିଭିନ୍ନ ପ୍ରକାର ମାମଲା ଯେପରି ବୈବାହିକ, ଜମିଜମା, ବାଣିଜ୍ୟକ ଆଦି ଭଳି ମାମଲା ମାନଙ୍କରେ ଥାନାରେ ଏତଲା କିମ୍ବା କୋର୍ଟରେ କେସ ଦାୟର କରିବା ପୂର୍ବରୁ ଏହି ପ୍ରାକ ମୋକଦ୍ଦମା ମଧ୍ୟସ୍ଥିତା କେନ୍ଦ୍ର ଠାରେ ଉପଲବ୍ଧ ନିର୍ଦ୍ଦିଷ୍ଟ ଫର୍ମ ଜରୀଆରେ ମଧ୍ୟସ୍ଥିତା କେନ୍ଦ୍ରର ସଞ୍ଚାଳକ ତଥା ଜିଲ୍ଲା ଆଇନସେବା ପ୍ରାଧିକାରଣ ମାଲକାନଗିରିର ସଚିବଙ୍କ ପାଖରେ ଦାଖଲ କଲେ ଏହି ମାମଲା ଗୁଡ଼ିକ ତାଲିମ ପ୍ରାପ୍ତ ମଧ୍ଯସ୍ଥିଙ୍କ ମାଧ୍ୟମରେ ସମାଧାନ କରିବା ସକାଶେ ପ୍ରଚେଷ୍ଟା କରାଯାଇଥାଏ । ବିନା ଖର୍ଚ୍ଚ ଓ ସ୍ଵଳ୍ପ ସମୟ ମଧ୍ୟରେ ଏଠାରେ ଏହିସବୁ ସୁବିଧା ପାଇଥିବାରୁ ସାଧାରଣରେ ଏହି କେନ୍ଦ୍ରର ସୁଯୋଗ ନେବା ପାଇଁ ଉତ୍ସାହ ଦେଖା ଦେଇଛି |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ସିବିଏସଇ ବୋର୍ଡ଼ର ପରୀକ୍ଷା ଫଳ ପ୍ରକାଶ-ଆଦିତ୍ୟ ବିର୍ଲା ପବ୍ଲିକ ସ୍କୁଲର ପରୀକ୍ଷାର୍ଥୀ ଶତପ୍ରତିଶତ କୃତକାର୍ଯ୍ୟ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୧୬/୦୭): ପ୍ରକାଶିତ ହୋଇଯାଇଛି ରାଜ୍ୟ ସ୍ତରୀୟ ସିବିଏସଇ ଦଶମ ବୋର୍ଡ ପରୀକ୍ଷା ଫଳ l ଏହାସହିତ ଟିକିରି ଥାନାସ୍ଥିତ ଦୋରାଗୁଡ଼ାରେ ଅବସ୍ଥିତ...

ଦଶମ ଶ୍ରେଣୀ ସିବିଏସଇ ବୋର୍ଡ଼ର ପରୀକ୍ଷା ଫଳ ପ୍ରକାଶ, ଥେରୁବାଲି ସ୍ଥିତ ଚିନ୍ମୟ ବିଦ୍ୟାଳୟର ରେକର୍ଡ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୧୬/୦୭): ପ୍ରକାଶିତ ହୋଇଯାଇଛି ଚାଳିତ ବର୍ଷର ଦଶମ ଶ୍ରେଣୀ ସିବିଏସଇ ବୋର୍ଡ଼ର ପରୀକ୍ଷା ଫଳ l ରାୟଗଡା ଜିଲ୍ଲା ଅନ୍ତର୍ଗତ ଥେରୁବାଲି...

ବୁର୍ଲା ଭିମସାର ରେ ୪ କରୋନା ଯୋଦ୍ଧା କରୋନା ରେ ଆକ୍ରାନ୍ତ

ସମ୍ବଲପୁର (ଓଡିଶା ନ୍ୟୁଜ୨୪ବ୍ୟୁରୋ-୧୬/୦୭): ବୁର୍ଲା ଭୀମସାର ୪ କରୋନା ଯୋଦ୍ଧା ଏବେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସମସ୍ତ ୪ ଆକ୍ରାନ୍ତଙ୍କୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ୪ କରୋନା...

କଳାହାଣ୍ଡିରେ ପୁଣି ଦୁଇ କରୋନା ପଜିଟିଭ, ଜିଲ୍ଲାପାଳଙ୍କ ସ୍ୱତନ୍ତ୍ର ପଦକ୍ଷେପ

ରିପୋର୍ଟ: ପ୍ରଭୁଦତ୍ତ ପଣ୍ଡା //କଳାହାଣ୍ଡି (୧୫.୦୭.୨୦୨୦): କଳାହାଣ୍ଡି ଜିଲ୍ଲାରେ ଆଜି ପୁଣି ଦୁଇ କରୋନା ପଜିଟିଭ ରିପୋର୍ଟ ଆସିଥିବା ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଜଣେ ଦିଲ୍ଲୀ...

Recent Comments

%d bloggers like this: