Friday, March 29, 2024

Top 5 This Week

Related Posts

ସମାଜ ପରିବାର ତରଫରୁ ଗୋପବନ୍ଧୁଙ୍କ ଶ୍ରାଦ୍ଧ ଦିବସ ପାଳିତ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୯/୬) : ସର୍ବ ପୁରାତନ ଦୈନିକ ଖବରକାଗଜ “ସମାଜ” ର ପ୍ରତିଷ୍ଠାତା ଉତ୍କଳ ମଣି ଗୋପବନ୍ଧୁ ଦାଶଙ୍କ ଆଜି ଶ୍ରାଦ୍ଧ ଦିବସ ଉପଲକ୍ଷେ ସକାଳ ୭ ଘଣ୍ଟା ସମୟରେ ସମାଜ ପରିବାର ତରଫରୁ ଗୋପବନ୍ଧୁଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି lWhatsApp Image 2022 06 29 at 10.07.11 PM ସମାଜ ପରିବାର ତରଫରୁ ଗୋପବନ୍ଧୁଙ୍କ ଶ୍ରାଦ୍ଧ ଦିବସ ପାଳିତ

ସୋନପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ସ୍ଥିତ ଉତ୍କଳମଣି ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତିରେ ସମାଜ ପରିବାର ସହ ସହର ର ବିଭିନ୍ନ ସ୍ୱେଚ୍ଛାସେବୀ ସାଂସ୍କୃତିକ ଅନୁଷ୍ଠାନ, ମହାନଦୀ ସାହିତ୍ୟ ସଂସଦ, ସ୍ୱଚ୍ଛ ଭାରତ ସଙ୍ଗଠନ, ପଏଁରୀ, କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଏସୋସିଏସନ, ବଣିକ ସଂଘ, ସୋନପୁର କଲେଜ ଏନ.ସି.ସି. , ଜ଼ିଲ୍ଲା ରେଡ଼କ୍ରସ ସଂସ୍ଥା, ପ୍ରମୁଖ ଅନୁଷ୍ଠାନ ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା l

ପରେ ସକାଳ ୯ ଘଣ୍ଟା ସମୟରେ ସମାଜ ପରିବାର ପକ୍ଷରୁ ଜିଲ୍ଲା ରକ୍ତ ଭଣ୍ଡାର ଠାରେ ଆୟୋଜିତ ଏକ ରକ୍ତ ଦାନ ଶିବିର କୁ ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଉଦଘାଟନ କରିଥିଲେ l ସମ୍ମାନିତ ଅତିଥି ଭାବେ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଯୋଗ ଦେଇ ଅନୁଷ୍ଠିତ ଶିବିରରେ ସେ ନିଜେ ପ୍ରଥମେ ରକ୍ତ ଦାନ କରି ରକ୍ତଦାତା, ଆୟୋଜକ ଓ ସମାଜସେବୀ ଙ୍କୁ ଉତ୍ସାହିତ କରିଥିଲେ l

ଏହି କାର୍ଯ୍ୟକ୍ରମ ଅବସରରେ ରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସୂର୍ଯ୍ୟ ନାରାୟଣ ଦାଶ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ଃ ବିଶ୍ୱ ରଞ୍ଜନ ପତି, ଏ ଡି ଏମ ଓ ଡ଼ଃ ପ୍ରଦୀପ କୁମାର ଗୁରୁ, ରକ୍ତ ଭଣ୍ଡାର ଅଧିକାରୀ ଦୁର୍ଗା ପ୍ରସାଦ ଦାଶ ପ୍ରମୁଖ ଯୋଗ ଦେଇଥିଲେ l

ଏହି ସମସ୍ତ କାର୍ଯ୍ୟକ୍ରମ କୁ ଜିଲ୍ଲା ସମାଜ ପ୍ରତିନିଧି ସ୍ୱାଧୀନ କୁମାର ମେହେର ସଂଯୋଜନା କରିଥିବା ବେଳେ ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ରାଜ୍ୟ ରକ୍ତଦାତା ସଂଘ ଉଦ୍ୟୋକ୍ତl ମନୋଜ ପଣ୍ଡା, ବ୍ଲଡ଼ ବ୍ୟାଙ୍କ ପରିଚାଳନା କମିଟି ସଦସ୍ୟ ଗତି କୃଷ୍ଣ ମିଶ୍ର, ରାଜ୍ୟ ଅଣ ଗେଜେଟେଡ଼ କର୍ମଚାରୀ ସଂଘ ର ସଭାପତି ଜ୍ୟୋତି ରଞ୍ଜନ ପଟ୍ଟନାୟକ, ୟୁଥ ରେଡ଼କ୍ରସ ର ସଂଯୋଜକ ଉମାକାନ୍ତ ନାଗ, ସମାଜସେବୀ ଇନ୍ଦୁମତୀ ପୁରୋହିତ, ମନୋରଞ୍ଜନ ତ୍ରିପାଠୀ, ଲଡ଼ୁ କିଶୋର ମଲ୍ଲିକ, ସତ୍ୟ ଦରୁୱାନ, ଗୁଣନିଧି ମେହେର, ଶିକ୍ଷାବିତ ଅମ୍ବୁଜ ବିହାରୀ ଶତପଥି, ସାମ୍ବାଦିକ ରଞ୍ଜନ ବାରିକ, ସନ୍ତୋଷ ମିଶ୍ର, ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଓ ଅଗ୍ରଣୀ ଅନୁଷ୍ଠାନ ସହଯୋଗ କରିଥିଲେ l

Popular Articles