Related Contents

ପାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରଶିକ୍ଷଣ ଶିବିର

ରିପୋର୍ଟ: ଏନ.ସନ୍ତୋଷ କୁମାର
ବୈପାରୀଗୁଡା(୨୦/୦୬): ବୈପାରୀଗୁଡା ପଂଚାୟତ ସମିତି ପକ୍ଷରୁ ବ୍ଲକ ସଭାଗୃହରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପାଇଁ ଏକ ବୈଠକ ଓ ମକ୍ ଡ୍ରିଲ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |

ଚଳିତ ବର୍ଷ ବ୍ଲକରେ ବିପର୍ଯ୍ୟୟ ପରିଚାଳନା ପାଇଁ ପ୍ରସ୍ତୁତ ହୋଇଥିବା ଯୋଜନା ବିଷୟରେ ଆଲୋଚନା କରିଥିଲେ | ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଯେପରି ଧନ ଜୀବନ ନଷ୍ଟ ନହୁଏ, ସେଥିପ୍ରତି ସମସ୍ତ ବିଭାଗର ଅଧିକାରୀମାନେ ଉପସ୍ଥାପନା କରିଥିଲେ | ପରେ ଉକ୍ତ କାର୍ଯାଳୟ ପରିଷରରେ ଅଗ୍ନିଶମ ବିଭାଗ ଅଧିକାରୀ ଶିଶିର କାନ୍ତ ସିଂଙ୍କ ନିର୍ଦେଶକ୍ରମେ ନିଜ କର୍ମୀଙ୍କୁ ନେଇ ମକଡ୍ରିଲ କାର୍ଯ୍ୟକ୍ରମ କରାଯାଇଥିଲା | ଏହି କାର୍ଯ୍ୟକ୍ରମ ଗ୍ରାମବାସୀଙ୍କୁ ସଚେତନ କରିବା ପାଇଁ ସେମାନଙ୍କ ସମ୍ମୁଖରେ ପଦର୍ଶନ କରାଯାଇଥିଲା | ଏଥିରେ ବୈପାରୀଗୁଡା ବ୍ଲକ ପଞ୍ଚାୟତ ସମିତି ଅଧ୍ୟକ୍ଷା ସରଜିନୀ କାଣ୍ଡିକି, ବିଡିଓ ରଜନୀ କାନ୍ତ ଦାଶ, ଜିଲ୍ଲା ପରିଷଦ ହୀରାମଣି ପୂଜାରୀ, ଉପାଧ୍ୟକ୍ଷ ଟିଲୋଚନ ଜେନା ଯୋଗ ଦେଇଥିଲା |

Comments are closed.