Friday, March 29, 2024

Top 5 This Week

Related Posts

ଆଇନସେବା ପ୍ରାଧିକରଣ ରାୟଗଡ଼ା ଦ୍ୱାରା ଆଇନ ସଚେତନତା ଶିବିର ଅନୁଷ୍ଠିତ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୨୯/୦୬) : ଅଦ୍ୟ ତା-୨୯/୦୬/୨୦୨୨ ରିଖ ବୁଧୁବାର ସକାଳ ଘ.୯.୦୦ ମି. ରେ ସ୍ଥାନୀୟ “Jupiter International School” ରାୟଗଡ଼ାରେ ଜିଲ୍ଲା ଆଇନସେବା ପ୍ରାଧିକରଣ ରାୟଗଡ଼ା ତରଫରୁ “POCSO Act & J.J.(CPC) Act” ଉପରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l

ଏହି କାର୍ଯ୍ୟକ୍ରମ କୁ ଆଇନସେବା ପ୍ରାଧିକରଣ ରାୟଗଡ଼ା ର ସଚିବ ଶ୍ରୀମତି ନିବେଦିତା ପଣ୍ଡା ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ POCSO Act & J.J.(CPC) Act ଉପରେ ଆଲୋଚନା ହୋଇଥିଲା l ଅନ୍ୟ ପ୍ରମୁଖ ଅତିଥି ମାନଙ୍କ ମଧ୍ୟରେ ପରିବାର ଅଦାଲତ ର ବିଚାରପତି ଶ୍ରୀ ଅମୃତ ରଞ୍ଜନ ନନ୍ଦ, ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ତଥା ପୋକ୍ସ ଅଦାଲତ ର ବିଚାରପତି ଶ୍ରୀମତି ସୋନାଲି ପଟ୍ଟନାଏକ, ମୂଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରୀ ଶ୍ରୀ ମନୋରଞ୍ଜନ ଦାସ, ରେଜିଷ୍ଟର ଦେବିଜ୍ୟୋତି ମହାପାତ୍ର, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀମତି ନିବେଦିତା ପଣ୍ଡା, ଜୁପିଟର ଇଣ୍ଟରନେସନାଲ ସ୍କୁଲ ର ଅଧ୍ୟକ୍ଷ ଶ୍ରୀ ପ୍ରଶାନ୍ତ କୁମାର ପଣ୍ଡା ଙ୍କ ସମେତ ଜୁପିଟର ଇଣ୍ଟରନେସନାଲ ସ୍କୁଲ ର ଛାତ୍ର ଛାତ୍ରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ l

ଉପସ୍ଥିତ ଅତିଥିମାନେ ନିଜ ନିଜର ବକ୍ତବ୍ୟରେ POCSO Act ଓ J.J.(CPC) Act ର ଉଦ୍ଦେଶ୍ୟ, ଆଭିମୁଖ୍ୟ, ନ୍ୟାୟିକ ବ୍ୟବସ୍ଥା ଓ ସେମାନଙ୍କ ପାଇ ଆଇନରେ ଉଦ୍ଧିଷ୍ଟ ଥିବା ବିଭିନ୍ନ ଧାରା ଉପରେ ଆଲୋକପାତ କରିଥିଲେ l ସର୍ବୋପରି ଏହି କାର୍ଯ୍ୟକ୍ରମରେ ଜୁପିଟର ଇଣ୍ଟରନେସନାଲ ସ୍କୁଲ ର ଛାତ୍ର ଛାତ୍ରୀ ଓ କର୍ମଚାରୀ ମାନଙ୍କର ଉପସ୍ଥିତି ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦକଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମଟି ସଫଳତା ର ସହିତ ଶେଷ ହୋଇଛି l

Popular Articles