Thursday, March 28, 2024

Top 5 This Week

Related Posts

ରାୟଗଡ଼ା ପୌର ପରିଷଦ ର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପରିଦର୍ଶନ କଲେ ଜିଲ୍ଲାପାଳ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, ତା.(୨୯/୦୬) : ରାୟଗଡ଼ା ଜିଲ୍ଲାପାଳ ଶ୍ରୀମତି ସ୍ୱଧା ଦେଵସିଂ ଆଜି ରାୟଗଡ଼ା ପୌର ପରିଷଦ ଗସ୍ତ କରି ସହରରେ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ଗୁଡିକ ପରିଦର୍ଶନ କରିଛନ୍ତି l

ଜିଲ୍ଲାପାଳଙ୍କ ସହିତ ପୌର ନିର୍ବାହୀ ଅଧିକାରୀ ୟାସସିର ଅହମଦ, ଆର ଏଣ୍ଡ ବି ନିର୍ବାହୀଯନ୍ତ୍ରୀ ଯମୁନା ବେହେରା, ସହାକାରୀ ଯନ୍ତ୍ରୀଙ୍କ ସହିତ ଆରକେ ନଗରରେ ନିର୍ମାଣଧୀନ ଅଡିଟୋରିଉମ, ଆମ୍ବଗୁଡା ଠାରେ ନିର୍ମାଣଧୀନ ବିଜୁପଟନାୟକ ଇଣ୍ଡର ଷ୍ଟାଡିୟୁମ ପରିଦର୍ଶନ କରି ରାୟଗଡ଼ା ପୌର ପରିଷଦ ର ବିଭିନ୍ନ ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟ ର ଅଗ୍ରଗତି ସମ୍ବନ୍ଧରେ ସମୀକ୍ଷା କରି ଥିଲେ l ନିର୍ଦ୍ଧାରିତ ସମୟ ଭିତରେ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ନିମନ୍ତେ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ l

ଏହାପରେ ଅଂଟାରୀଗୁଡ଼ାରେ ସ୍ଥାପିତ ମଳ ବିଶୋଧନାଗାର ଏବଂ ମାକ୍ର କମ୍ପଷ୍ଟଙ୍ଗ (Micro Composting Centre) ପରିଦର୍ଶନ କରି ଏହାର ପରିଚାଳନା ସମ୍ବନ୍ଧରେ ସମୀକ୍ଷା କରିଥିଲେ ଏବଂ ବର୍ଜ୍ୟ ର ପୃଥକିରଣ ଉପରେ ଧ୍ୟାନ ଦେବାକୁ କର୍ମଚାରୀ ମାନଙ୍କୁ ଜିଲ୍ଲପାଳ ନିର୍ଦ୍ଦେଶ ଦେଇଥିଲେ l ଏହି ପ୍ରକଳ୍ପକୁ ହାତକୁ ନେଇ ପରିଚାଳନା କରୁଥିବା ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟ ମାନଙ୍କ ସହ ଆଲୋଚନା କରିଥିଲେ ଓ ଉତ୍ସାହିତ କରିଥିଲେ l ଏହି ପରିଦର୍ଶନ ସମୟରେ ପୌରପରିଷଦର ଆନ୍ୟନ୍ୟ କର୍ମଚାରୀ ଉପସ୍ଥିତ ଥିଲେ l

Popular Articles